ଚୈତନ୍ୟ ଦେବୀ ମଣ୍ଡପରେ ଭଗବାନ କୃଷ୍ଣଙ୍କ ଜୀବନ୍ତ ଲୀଳା !

ଛତ୍ରପୁର : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ର ପକ୍ଷରୁ ରବିବାର ସନ୍ଧ୍ୟାରେ ଛତ୍ରପୁର ଷ୍ଟାଡିୟମ୍ ପରିସରରେ ଚୈତନ୍ୟ ଦେବୀ ମଣ୍ଡପରେ ଚେତନ ଲୀଳା କାର୍ଯ୍ୟକ୍ରମର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ହୋଇଯାଇଛି । ଠାକୁରାଣୀ ଯାତ୍ରା ଶେଷ ଦିବସରେ ଛତ୍ରପୁର ଏନ୍.ଏ.ସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ରୂପେ ଦେବାଶିଷ ମିଶ୍ର, ଡି.ଇନ୍ଦୁ, ନିଶ୍ଚଳା ରେଡ୍ଡୀ ଆରୁନ୍ଧୁତି,ସମସ୍ତ କାଉନସିଲର ମାନେ ଅଂଶଗ୍ରହଣ କରିଥିଲେ ଏବଂ ବ୍ରହ୍ମା କୁମାରୀ ସଂସ୍ଥାନର ସକ୍ରୀୟ ସର୍ବଧର୍ମ ଙ୍କ ପିତା ପରମାତ୍ମା ଶିବଙ୍କ ବିଭିନ୍ନ ରୂପରେ ଜୀବନ୍ତ ରହିଥିବା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ପକ୍ଷରୁ ମୂର୍ତ୍ତି ରୂପରେ କଳା ପ୍ରଦର୍ଶନ କରିଥିଲେ ।

ପ୍ରକାଶ ଥାଉକି, ଛତ୍ରପୁରରେ ଚାଲିଥିବା ଠାକୁରାଣୀ ଯାତ୍ରା ମେଳା ପସରାରେ ଅଗଣିତ ଦର୍ଶକଙ୍କୁ ଆଧ୍ୟାତ୍ମିକ ଈଶ୍ୱରୀୟ ଜ୍ଞାନରେ ପ୍ରଭାବିତ କରିବା ନେଇ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ଛତ୍ରପୁର ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଛି ମୀନାବଜାର, ଦୋଳିର ପସରାରେ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଆସିଛି । ଯାତ୍ରା ଦେଖି ଦର୍ଶକ ବିମୋହିତ ହେବା ସାଂଗକୁ ଦୋଳି ପସରାର ମଜା ନେଉଛନ୍ତି । ଏହି ଅଗଣିତ ଦର୍ଶକଙ୍କୁ ଆଧ୍ୟାତ୍ମିକ ଈଶ୍ୱରୀୟଜ୍ଞାନ ଓ ଈଶ୍ୱରୀୟ ସନ୍ଦେଶ ଓ ବିଶ୍ୱାସରେ ପ୍ରଭାବିତ କରିବା ପାଇଁ ଛତ୍ରପୁରର ବ୍ରହ୍ମା କୁମାରୀ ସଂସ୍ଥାନ ବିହିତ ପଦକ୍ଷେପ ଗ୍ରହଣ କରିବା ପୂର୍ବକ ଜୀବନ୍ତ ମୂର୍ତ୍ତି ରୂପରେ ପରିବେଷଣ କରି ଜନତାଙ୍କୁ ଈଶ୍ୱରୀୟ ଜ୍ଞାନ ଓ ସନ୍ଦେଶରେ ଆକର୍ଷିତ କରିବାରେ ଏକ ସୁନ୍ଦର ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ଆଶ୍ରମ ସଞ୍ଚାଳିକା ବ୍ରହ୍ମା କୁମାରୀ ବିଜୟ ଲକ୍ଷ୍ମୀ ଭଉଣୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ-ନେତୃତ୍ୱ ନେଇଥିବା ବେଳେ ସମସ୍ତ ଭାଇ ଓ ଭଉଣୀମାନେ ଉପସ୍ଥିତ ରହିବା ସାଙ୍ଗକୁ ବି.କେ. ଦିପା ଭଉଣୀ , ବି.କେ. ରଜନୀ କାନ୍ତ ଭାଇ, ବି.କେ. ଭାଗ୍ୟ ଭଉଣୀ, ବି.କେ ପିଙ୍କି ଭଉଣୀ , ବି.କେ ମାମାଲି ଭଉଣୀ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.