ପ୍ରଶାସନର କଥାକୁ ମଧ୍ୟ କର୍ଣ୍ଣପାତ କରୁ ନାହାନ୍ତି ହାତୀବେନାର ଅନସେଟଲର ଲୋକେ

ଉମରକୋଟ : କଥାରେ ଅଛି ” ମୋତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡ଼ା କାଠ ” ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଗଞ୍ଜାପାରା ପଞ୍ଚାୟତର ହାତୀବେନା ଡିଏନକେ ଗ୍ରାମରେ ଏନକୋ୍ଲୋଜମେଣ୍ଟ ଜମି ଜାଗାକୁ ନେଇ ସେଟଲର ( ପଟ୍ଟାଵାଲା ) ଓ ଅନସେଟଲର ( ପଟ୍ଟା ନ ଥିବା ) ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘ ଆନୁମାନିକ ଏକ ବର୍ଷ ଉପରେ ହେବ ଗୋଷ୍ଟୀ ଗଣ୍ଡଗୋଳ ମିମାଂସା ବା ଥମିବାର ନାଁ ନାହିଁ। ଏହି ଗୋଷ୍ଠୀ ଗଣ୍ଡଗୋଳକୁ ନେଇ ଉମରକୋଟ ରାଇଘର ର ନିଖିଳ ଭାରତ ସମନ୍ୟାୟ କମିଟିର ବିଶିଷ୍ଟ ବିଶିଷ୍ଟ ଭଦ୍ର ବ୍ୟକ୍ତି ମାନେ ହାତୀବେନା ଗ୍ରାମରେ ଚାରି ମାସ ପୂର୍ବେ ଯାଇ ଉଭୟ ପକ୍ଷକୁ ଡାକି ଏକ ମିମାଂସା କରିଥିଲେ ଏବଂ ଉଭୟ ପକ୍ଷ ନିଜ ନିଜର ଭୁଲ ମାନି ମିଳିମିଶି ରହିବି କହି ମତ ପ୍ରଦାନ କରିଥିଲେ କିନ୍ତୁ କିଛି ଦିନ ଗଲା ପରେ ଯେମିତିରୁ ସେମିତି।

ଏହି ଗୋଷ୍ଠୀ କନ୍ଦଳ କୁ ଗୁରୁତ୍ୱର ସହିତ ଆଖି ଆଗରେ ରଖି ମିମାଂସା କରିବା ପାଇଁ ୦୭/୦୩/୨୦୨୪ ରିଖ ମାନନୀୟ ସାବ କଲେକ୍ଟର ନବରଙ୍ଗପୁର, ତହସିଲଦାର ରାଇଘର, ବିଡ଼ିଓ ରାଇଘର, ଆର ଆଇ ରାଇଘର ଓ ରାଇଘର ଥାନା ଭାର ପ୍ରାପ୍ତ ଅଧିକାରୀ ସମସ୍ତେ ହାତୀବେନା ଡିଏନକେ ଗ୍ରାମରେ ଯାଇ ସବୁ କିଛି ଆକଳନ କରିବା ପରେ ଗ୍ରାମର ଉନ୍ନତି ମୂଳକ ସରକାରୀ କାର୍ଯ୍ୟ ପାଇଁ ଏକ ଜମିକୁ ଚିହ୍ନତ କରିଥିଲେ ଓ ଶୀତଳା ମା ମନ୍ଦିରର ପାରିପାର୍ଶୀକ ରେ ଭକ୍ତ / ଭକ୍ତା ମାନେ ପରିକ୍ରମା କରିବା ପାଇଁ ଏକ ବାଡ଼ ପ୍ରଶାସନ ଓ ଆର ଆଇଙ୍କ ଉପସ୍ଥିତିରେ ହାତୀବେନା ଗ୍ରାମର ସେଟଲର ମାନେ କରିଥିଲେ।ବିଗତ ୧୪/୦୬/୨୦୨୪ ରିଖ ଗୋଷ୍ଠୀ କନ୍ଦଲ ଏକ ଉଗ୍ର ରୂପ ନେଇ ଉଭୟ ପକ୍ଷ ସେଟଲର ନଅ ଜଣ ଓ ଅନସେଟଲର ଚାରି ଜଣ ଜେଲରେ ଅଛନ୍ତି, ଏହାର ସୁଯୋଗ ନେଇ ଭରତ ମଲ୍ଲିକ(ଅନସେଟଲର ) ପିତା ଇଶ୍ୱର ଧନଞ୍ଜୟ ମଲ୍ଲିକ ମାନନୀୟ ସାବ କଲେକ୍ଟର ମହାଶୟ ଚିହ୍ନତ କରିବା ଜାଗାରେ ଏକ ଅସ୍ଥାୟୀ ବାଉଁଶ ବାଡ଼ି ଓ ଝାଟି ଦେଇ ପଲିଥିନ ଦ୍ଵାରା ଘର କରୁଛନ୍ତି ଖବର ପାଇଁ ଆର ଆଇ ସଙ୍ଗେ ସଙ୍ଗେ କାଳ ବିଳମ୍ଭ ନ କରି ହାତୀବେନାରେ ପହଁଞ୍ଚି ମନା କରିଥିଲେ ଘର ନ କରିବାକୁ କିନ୍ତୁ ଭରତ ମଲ୍ଲିକ ଆର ଆଇଙ୍କୁ କଥାକୁ ଭୁକ୍ଷେପ ବା ଖାତିର ନ କରି ଘର କରିଛନ୍ତି ଓ ପ୍ରଶାନ୍ତ ସରକାର ( ଅନସେଟଲର )ପିତା ଇଶ୍ୱର ଅଧିର ସରକାର ଶୀତଳା ମା ମନ୍ଦିରର ପାରିପାର୍ଶୀକରେ ଗ୍ରାମଵାଲା ଯେଉଁ ବାଡ଼ କରିଥିଲେ ତାହା ସମ୍ପୂର୍ଣ୍ଣ ଉପାଡି ଚାଷ କରିଛନ୍ତି। ଏହି ଅନସେଟଲର ଵାଲା ମାନେ ପ୍ରଶାସନର କଥାକୁ ବି କର୍ଣ୍ଣ ପାତ କରୁ ନାହାନ୍ତି ବା ମାନୁ ନାହାନ୍ତି କହି ରାଇଘର ଅଞ୍ଚଳର ବୁଦ୍ଧିଜୀବୀ ମହଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପଟେ ଏହି ଅନସେଟଲର ଵାଲା ମାନେ କାହାର ପ୍ରଲୋଚନାୟ ବା ଇଂଗିତରେ ଏହି ପରି କରୁଛନ୍ତି ତାହା ପ୍ରଶାସନ ଜାଣି ପାରୁନାହାନ୍ତି କହି ହାତୀବେନା ଡିଏନକେ ଗ୍ରାମର ସଂଲଙ୍ଗ ଆଖ ପାଖ ଗ୍ରାମ ଗୁଡିକରେ ୨୦୦୨ ମସିଆର ଗୋଷ୍ଟୀ କନ୍ଦଲ ପରି ହାତୀବେନା ଡିଏନକେ ଗ୍ରାମରେ ହେବ ନାହିଁ ତୋ କହି ଚର୍ଚ୍ଚା ଜୋର ଧରିଛି । ହାତୀବେନା ଗ୍ରାମର ଏହି ଗୋଷ୍ଠୀ କନ୍ଦଳର ସମାପ୍ତି କେବେ ହେବ ତାହା ସମୟ ସାକ୍ଷେପ।

nis-ad
Leave A Reply

Your email address will not be published.