ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଫୁଲବାଣୀ ଓ ବାଲିଗୁଡା ସଂକୁଳ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣ ରେ ଦୀର୍ଘ ୪ ଦିନ ଧରି ଆୟୋଜିତ ହୋଇଥିବା ସଂକୁଳ ସ୍ତରୀୟ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ ହୋଇଯାଉଛି।ଉଦଯାପନ କାର୍ଯ୍ୟକ୍ରମରେ ଦକ୍ଷିଣ ପୂର୍ବ ସଂଭାଗ ସଂଯୋଜକ ପ୍ରକାଶ ତ୍ରିପାଠୀ, ଫୁଲବାଣୀ ବିଭାଗ ନିରୀକ୍ଷକ ପଦ୍ମନାଭ ସାମଲ, ଦକ୍ଷିଣ ପୂର୍ବ ସଂଭାଗ ଶିଶୁ ବାଟିକା ସଂଯୋଜକ ଅରୁଣ କୁମାର ବାଘ, ଫୁଲବାଣୀ ସଂକୁଳ ପ୍ରମୁଖ ପବିତ୍ର ସାହୁ, ବାଲିଗୁଡା ସଂକୁଳ ପ୍ରମୁଖ ତ୍ରିର୍ଥବାସୀ ଘଡାଇ, କନ୍ଧମାଳ ଜିଲ୍ଲାପ୍ରମୁଖ ଇନ୍ଦ୍ରମଣି ନାୟକ, ଅନୁଷ୍ଠାନର ସଭାପତି ବ୍ରଜବନ୍ଧୁ ମଲ୍ଲିକ, ସମ୍ପାଦକ ଟି.ଶିବ ଶଙ୍କର ପାତ୍ର, କୋଷାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ନାୟକ, ଯୁଗ୍ମ ସମ୍ପାଦକ ଅଶୋକ କୁମାର ଶତପଥୀ, ଶୈକ୍ଷିକ ସଭାପତି ବାସୁଦେବ ପ୍ରହରାଜ, ଶୈକ୍ଷିକ ସମ୍ପାଦକ କୁନୁ ଭୋଇ ଓ ସମସ୍ତ ଶୈକ୍ଷିକ ସଦଶ୍ୟ ଉପସ୍ଥିତ ଥିଲେ । ଉଦ୍ଘାଟନ ଉତ୍ସବରେ ନିରଞ୍ଜନ ମିଶ୍ର ସ୍ବଜାଗରଣ
ବିଷୟରେ ଉଦଯାପନରେ ସଂଭାଗ ସଂଯୋଜକ ପ୍ରକାଶ ତ୍ରିପାଠୀ ଆଚାର୍ଯ୍ୟ ଜୀବନ ଶୈଳୀ ବିଷୟରେ ମାର୍ଗଦର୍ଶନ କରିଥିଲେ। ଫୁଲବାଣୀ ସଂକୁଳ ପ୍ରମୁଖ ପବିତ୍ର ସାହୁ ବୃତ୍ତ
କଥନ ରଖିଥିଲେ । କର୍ମଶାଳାରେ ପ୍ରାୟ ୧୩୪ ଜଣ ଆଚାର୍ଯ୍ୟ/ଆଚାର୍ଯ୍ୟା ଅଂଶଗ୍ରହଣ କରିଥିଲେ। ଏହି ଅବସରରେ
ପାଠ୍ୟକ୍ରମ ସହ ବୌଦ୍ଧିକ, ଆଧ୍ୟାତ୍ମିକ, ଶାରୀରିକ ଅଗ୍ରଗତି ସମ୍ପର୍କରେ ଅନୁଷ୍ଠିତ କର୍ମଶାଳାରେ ଆଲୋଚନା କରାଯାଇଥିଲା। ଉକ୍ତ କର୍ମଶାଳା ଫୁଲବାଣୀ ଓ ବାଲିଗୁଡା ସଂକୁଳର ସମସ୍ତ ପ୍ରଧାନଚାର୍ୟ ଓ ଆଚାର୍ଯ୍ୟ/ଆଚାର୍ଯ୍ୟଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ଅତିଥି ପରିଚୟ ଫୁଲବାଣୀ ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର ପାଢ଼ୀ ଦେଇଥିବା ବେଳେ ବାଲିଗୁଡା ସଂକୁଳ ପ୍ରମୁଖ ତ୍ରିର୍ଥବାସୀ ଘଡାଇ ଧନ୍ଯବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.