ସୀମାନ୍ତରେ ୨ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ଜିଲ୍ଲା ସୀମାନ୍ତ ସୁକମା ଜିଲ୍ଲା ପୋଲିସ ନିକଟରେ ୨ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ଦୁଇ ଜଣ ହେଲେ ସୁକମା ଜିଲ୍ଲାର ପଦାମପାରା ଗାଁର ପଡ଼ିଆମୀ ସୁଖୀ ଓ ଅନ୍ୟ ଜଣେ ନନ୍ଦା ପଡ଼ିଆମୀ ବୋଲି ଜଣା ପଡିଛି । ସୂଚନା ଅନୁଯାୟୀ ଛତିଶଗଡରେ ମାଓ ସଙ୍ଗଠନ ଧୀରେ ଧୀରେ ଭାଙ୍ଗିବାରେ ଲାଗିଥିବା ବେଳେ ନିଜର ନୀତି ଆଦର୍ଶରୁ ଓହରି ଯାଇଛି । ନିରୀହ ଜନତା ଉପରେ ମାଓ ସଙ୍ଗଠନ ଅତ୍ୟାଚାର କରୁଥିବା ବେଳେ ଅନେକ ମାଓବାଦୀ ସଙ୍ଗଠନ ଛାଡି ଆତ୍ମସମର୍ପଣ କରୁଥିବା ବେଳେ ଏହି କ୍ରମରେ ଆଜି ପୁଣି ସାଧାରଣ ଜୀବନ ଜାପାନ କରିବା ପାଇଁ ନିଷ୍ପତ୍ତି ନେଇ ୨ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ତେବେ ସୁକୁମା ପୋଲିସ ନିକଟରେ ଏହି ଦୁଇ ମାଓବାଦୀ ଆତ୍ମସମର୍ପଣ କରିବା ପରେ ସରକାରଙ୍କ ଥଇଥାନ ନୀତି ଅନୁଯାଇ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବାର ବ୍ୟବସ୍ତା କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

nis-ad
Leave A Reply

Your email address will not be published.