ଗଣିତ ବିଶାରଦ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବସର ଗ୍ରହଣ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଦିତୀୟ ସର୍ବ ପୁରାତନ ହାଇସ୍କୁଲ ତଥା ଫୁଲବାଣୀ ସହର ଉପକଣ୍ଠରେ ଅବସ୍ଥିତ ରୁଜାଙ୍ଗୀ ସରକାରୀ ହାଇ ସ୍କୁଲର କାର୍ଯ୍ୟରତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅର୍ଚନା ବାସା ନିଷ୍ଠା ଓ ଦକ୍ଷତାର ସହ ଦୀର୍ଘ ୩୨ ବର୍ଷ କାର୍ଯ୍ୟ କରି ଜୁନ ମାସ ୩୦ ତାରିଖ ଦିନ ଅବସର ଗ୍ରହଣ କରିଛନ୍ତି l ଶ୍ରୀମତୀ ବାସା ଜଣେ ଏମ ଏସ ସି, ଏମ ଇଡି ଗଣିତ ବିଶାରଦ ଓ ଧୂରୀଣ ବିଜ୍ଞାନ ଶିକ୍ଷୟତ୍ରୀ ଅଟନ୍ତି l ସେ ପ୍ରଥମେ ସମ୍ବଲପୁରର ଖଲେଇ ହାଇସ୍କୁଲରେ ଅବସ୍ଥାପିତ ହୋଇ ପରବର୍ତ୍ତୀ ସମୟ ରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ହାଇସ୍କୁଲ, କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ପୁଲିସ ହାଇସ୍କୁଲ, ଦୁତୀପଡା ହାଇସ୍କୁଲ ସମେତ ବର୍ତ୍ତମାନ୍ ସେ ରୁଜାଙ୍ଗୀ ହାଇସ୍କୁଲରେ ଅବସ୍ଥାପିତ ହୋଇ ନିଜର ଶିକ୍ଷକତା ଜୀବନରେ ଛାତ୍ର, ଛାତ୍ରୀ, ସହକର୍ମୀ ଓ ଅଭିଭାବକଙ୍କ ପ୍ରିୟ ଭାଜନ ହୋଇ ଥିଲେ l ସେ ଫୁଲବାଣୀ ସହରର ଜଣାଶୁଣା ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଡ. ଅରୂପ ଜେନାଙ୍କ ସହଧର୍ମିଣୀ ଅଟନ୍ତି ରୁଜାଙ୍ଗୀ ହାଇସ୍କୁଲ ଠାରେ ଅନୁଷ୍ଠିତ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ଛାତ୍ର, ଛାତ୍ରୀ, ସହକର୍ମୀ, ଅଭିଭାବକ ଓ ଗ୍ରାମବାସୀ ଗଣ ତାଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ଷଡଙ୍ଗୀ,ଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ବିକାଶ ପ୍ରଧାନ, ଶିକ୍ଷକ ନେତା ରାଧା ସାହୁ, ଦେବୀ ପ୍ରସାଦ ଶତପଥୀ, ଜିଲ୍ଳା ବରିଷ୍ଠ ନାଗରିକ ସଂଘର ସମ୍ପାଦକ ପ୍ରଣବ ମଣ୍ଡଲ, ଜିଲ୍ଳା ପ୍ରେସ କ୍ଲବର ସଭାପତି ସୁନୀଲ ପଟନାୟକ, ଜିଲ୍ଳା ସାମ୍ବାଦିକ ସଂଘର ସମ୍ପାଦକ ଅଶୋକ ପରିଡା ପ୍ରମୁଖ ଶ୍ରୀମତୀ ବାସାଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇ ଅଛନ୍ତି l

nis-ad
Leave A Reply

Your email address will not be published.