ରୋହିତ ଓ ବିରାଟଙ୍କ ପରେ ଅନ୍ତର୍ଜାତୀୟ ଟି-୨୦ରୁ ଜାଡେଜାଙ୍କ ଅବସର

ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ବିଦାୟ ନେଇଛନ୍ତି ସାର୍‌ ରବୀନ୍ଦ୍ର ଜାଡେଜା। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ବିଶ୍ଵକପ ଫାଇନାଲ ଜିତି ଭାରତ ଟାଇଟଲ ବିଜୟୀ ହେବା ପରେ ଜାଡେଜା ଅବସର ଘୋଷଣା କରିଛନ୍ତି। ପୂର୍ବରୁ ରୋହିତ ଶର୍ମା ଏବଂ ବିରାଟ କୋହଲି ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିଥିଲେ।

ଜାଡେଜା କ୍ରିକେଟ କ୍ୟାରିୟର ମଧ୍ୟରେ ୭୪ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିଛନ୍ତି। ସେଥିରୁ ସେ ୫୧୫ ରନ୍‌ ସଂଗ୍ରହ କରିବା ସହିତ ୫୪ଟି ଓ୍ବିକେଟ ଅକ୍ତିଆର କରିଛନ୍ତି। ଚଳିତ ବିଶ୍ଵକପରେ ସେ ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିଲେ ହେଁ ଅତୀତରେ ଅନେକ ମ୍ୟାଚ ବିଜୟୀ ଇଂନିସ ଖେଳି ଦେଶ ଓ ଦଳ ପାଇଁ ଗୌରବ ଆଣି ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ବିଶ୍ଵକପ ଫାଇନାଲ ମ୍ୟାଚ ଖେଳାଯାଇଥିଲା। ଏହି ରୋମାଞ୍ଚଭରା ମ୍ୟାଚରେ ଭାରତ ୭ ରନରେ ଦକ୍ଷିଣ ଆଫ୍ରିକାଠାରୁ ବିଜୟୀ ହୋଇଥିଲା।

nis-ad
Leave A Reply

Your email address will not be published.