ସମ୍ଵର୍ଦ୍ଧିତ ହେଲା ଖଡୁରା ସମାଜର ଘଣ୍ଟବାଦ୍ୟ

ଫୁଲବାଣୀ : ଫୁଲବାଣୀ ସ୍ଥିତ ଖଡୁରା ସମାଜର ଘଣ୍ଟବାଦ୍ୟ ଏକ ପ୍ରକାର ନିଆରା ଢଙ୍ଗରେ ପରିବେଷଣ କରିଥିବାରୁ ଆଜି ସମ୍ବର୍ଦ୍ଧିତ ହୋଇଛି ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜିତ ଯାତ୍ରା ପରିଚାଳନା କମିଟିର ସମୀକ୍ଷା ବୈଠକରେ l ଉକ୍ତ ସମାଜର ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି l ଯଥା ଜଳଛତ୍ର, ଖାଦ୍ୟ ପଦାର୍ଥ ବଣ୍ଟନ, ବୋଲବମ ଭକ୍ତଙ୍କ ସେବା, ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ରକ୍ତଦାନ ଶିବିର ଆୟୋଜନ ଇତ୍ୟାଦି l ଚଳିତ ବର୍ଷ ନାରାୟଣୀ ଯାତ୍ରାରେ ମାଙ୍କ ଆଗମନ ସମୟରେ ଏବଂ ବିଦାୟ ସମୟରେ ସୁନ୍ଦର ନିଶୁଳ୍କ ଘଣ୍ଟବାଦ୍ୟ ସେବା ପରିବେଷଣ ସମସ୍ତଙ୍କୁ ଆକର୍ଷଣ କରିଥିଲା l
ସମସ୍ତ ଘଣ୍ଟୁଆ ଏକ ତାଳରେ ନୃତ୍ୟ ସହକାରେ ଘଣ୍ଟବାଦ୍ୟ ପରିବେଷଣ କରିଥିଲେ l ଖଡୁରା ସମାଜର ଧନୀ ନିର୍ଦ୍ଧନ ସମସ୍ତେ ଏକ ମନ ଏକ ପ୍ରାଣ ହୋଇ ଏହି ସେବା କ୍ଷେତ୍ରରେ ନିୟୋଜିତ ହୁଅନ୍ତି l କାହାରି ମନରେ ମୁଁ ଧନୀ ମୁଁ ବଡ଼ ସେ ସାନ ଏପରି ମାନ ଅଭିମାନ ନାହିଁ l ଏଥି ପାଇଁ ଯାତ୍ରା ପରିଚାଳନା କମିଟି ସମ୍ଵର୍ଦ୍ଧିତ କରିଥିଲା ଏହି ସମାଜର ଘଣ୍ଟ ବାଦ୍ୟ ସେବାକୁ, ବୋଲି ଯାତ୍ରା ପରିଚାଳନା କମିଟିର ସମ୍ପାଦକ ଦୂର୍ଗା ପ୍ରସାଦ ତ୍ରିପାଠୀ କହିଛନ୍ତି l

nis-ad
Leave A Reply

Your email address will not be published.