ଅଷ୍ଟମ ବାଟାଲିୟନ ରେ ବିଧାୟକଙ୍କୁ ସମ୍ବର୍ଦ୍ଧନା

ଛତ୍ରପୁର : ଛତ୍ରପୁର ନବନିର୍ବାଚିତ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଙ୍କୁ ଅଷ୍ଟମବାଟାଲିୟନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଅଷ୍ଟମ ବାଟାଲିୟନ ପରିସରରେ ଦିଆଯାଇଛି l କମାଣ୍ଡେଣ୍ଟ ଶାରଦା ପ୍ରସନ ଦାସ ବିଧାୟକ ଶ୍ରୀ ନାୟକ ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିବା ବେଲେ ବିଧାୟକ ଙ୍କୁ ଅଷ୍ଟମବାଟାଲିୟନ ର ଶସତ୍ର ଯବାନ ଗାର୍ଡଅଫ ଅନର ଦେଇଥିଲେ ବାଟାଲିୟନ ପରିସରରେ l ବିଧାୟକ ଙ୍କୁ କମାଣ୍ଡେଣ୍ଟ ଶ୍ରୀ ଦାସ ତାଙ୍କ ପ୍ରକୋଷ୍ଠ କୁ ନେଇଥିଲେ l ବିଧାୟକ ଅଷ୍ଟମବାଟାଲିୟନ ର ସ୍ଥିତି ନେଇ ଆଲୋଚନା କରିଥିଲେ ଲ ବାଟାଲିୟନ ର ଉର୍ନତି ପାଇଁ ଯାହା ଆବଶ୍ୟକ ସହଯୋଗ କରିବାର ପ୍ରତିସୃତି ଦେଇଥିଲେ l

ଅଷ୍ଟମ ବାଟାଲିୟନ ର ରାସ୍ତା, ପାନୀୟଜଳ ସମେତ ଅନ୍ୟାନ୍ୟ ଉର୍ଣ୍ଣୟନ ଉପରେ ବିଧାୟକ କମାଣ୍ଡେଣ୍ଟ ଙ୍କ ସହ ଆଲୋଚନା କରିଥିଲେ l ବିଧାୟକ ପ୍ରଥମେ ବାଟାଲିୟନ ବାହାରେ ପହଞ୍ଚିବା ପରେ ଯବାନ ମାନେ ଅଧିକାରୀ ମାନେ ବିଧାୟକଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ l ସେହି ପରିସରରେ ରହିଥିବା ଶିବ ମନ୍ଦିର ଯାଇ ବିଧାୟକ ଦର୍ଶନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଆସିଷ୍ଟାଣ୍ଟକମାଣ୍ଡେଣ୍ଟ ଜ୍ୟୋତି ରଞ୍ଜନ ନାୟକ, ନିହାର ରଞ୍ଜନ ରାଜ, ଏ ଏସ ଆଇ ଅର୍ମସ ତଥା ପି ଆର ଓ ପ୍ରଶାନ୍ତ କୁମାର ତ୍ରିପାଠୀ, ଶୁଭେଦାର ରଞ୍ଜିତ ଲେଙ୍କା ଏବଂ ଯୁଧିଷ୍ଠିର ରେଡି ପ୍ରମୁଖ ଉପସ୍ଥିତ ଥିବା ବେଲେ ଅଗସ୍ତି ନୂଆଗାଁ ସରପଞ୍ଚ ଙ୍କ ପ୍ରତିନିଧି ବାପି ଦାସ, ବନଜ ନାହାକ ପ୍ରମୁଖ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.