ପୋଖରୀ ପାଣିରେ ବୁଡି ନାବାଳକ ମୃତ

ହିଞ୍ଜିଳିକାଟୁ : ଶୁକ୍ରବାର ସକାଳେ ହିଞ୍ଜିଳି ଥାନା ଶାସନଆମ୍ବଗାଁ ପୋଖରୀ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସଂପୃକ୍ତ ଗ୍ରାମର ଆୟୁଷ ବେହେରା (୮) ।‌ଏ ନେଇ ହିଞ୍ଜିଳି ଥାନାରେ କେସ ନଂ – ୧୯/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି।‌ ପ୍ରକାଶ ଯେ, ଶୁକ୍ରବାର ସକାଳେ ନାବାଳକ ଜଣଙ୍କ ଗାଧୋଇବା ପାଇଁ ଗ୍ରାମ ପୋଖରୀକୁ ଯାଇଥିଲେ। ପୋଖରୀ ପାଣିରେ ଗାଧୋଉଥିବା ବେଳେ ଅସାବଧାନତା ବଶତଃ ଗୋଡ ଖସି ପୋଖରୀ ପାଣିରେ ବୁଡି ଯାଇଥିଲେ। ପୋଖରୀ ନିକଟରେ ଥିବା ଗ୍ରାମର କିଛି ଲୋକ ଜାଣିପାରି ପୋଖରୀ ପାଣିରୁ ନାବାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।‌ଚିକିତ୍ସାଧିନ ସମୟରେ ନାବାଳକଙ୍କ ମୃତ୍ୟୁ ଘଟିଥିଲା।‌ ଖବର ପାଇ ହିଞ୍ଜିଳି ପୁଲିସ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ମୃତଦେହକୁ ଜବତ କରିଛି।‌

nis-ad
Leave A Reply

Your email address will not be published.