କୋଲମପଡାରେ ବିଏସଏଫର ଜନ ସମ୍ପର୍କ ଶିବିର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ମାଓ ପ୍ରବଣ ହୋଇଥିବା ଯୋଗୁଁ ଜିଲ୍ଲାରେ ମାଓ ଗତିବିଧି ଥିବା ଅଂଚଳ ଗୁଡିକରେ ବିଏସଏଫ ଓ ସିଆରପିଏଫ କ୍ୟାମ୍ପ ମାନ ସ୍ଥାପନା କରାଯାଇଛିା ତେବେ ଏହି ଜବାନମାନେ କେବଳ ମାଓବାଦୀଙ୍କୁ ନିୟନ୍ତ୍ରଣ କରିବାରେ ନିୟୋଜିତ ହୋଇନାହାନ୍ତି । ସେମାନେ ସେହି ଅଂଚଳରେ ରହୁଥିବା ଗରିବ ଆଦିବାସୀ ମାନଙ୍କ ଗ୍ରାମରେ ପହଂଚି ସେଠାର ଲୋକଙ୍କର ଶିକ୍ଷା,ସ୍ୱାସ୍ଥ୍ୟ, କୃଷି ଏବଂ ମନୋରଞ୍ଜନ ଭଳି ବିଭିନ୍ନ କାମରତେ ସହାୟତା ମଧ୍ୟ କରୁଛନ୍ତି । ସହିପରି ବିଏସଏଫ ୯୯ ବାଟାଲିଅନ ପକ୍ଷରୁ କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ କୋଲମପଡା ଗ୍ରାମରେ ମଙ୍ଗଳବାର ଦିନ ଏକ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି ।

ବାଟାଲିଅନର କମାଣ୍ଡେଣ୍ଟ ସଞ୍ଜୀବ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ କାର୍ଯ୍ୟକ୍ରମ ଡେପୁଟି କମାଣ୍ଡେଣ୍ଟ ଗୋପାଲ ସିଂଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କଲମପଡା ରେ ବୃକ୍ଷ ରୋପଣ,କୃଷି ସହାୟତା ଏବଂ ଖେଳକୁଦ ସମେତ ପିଲାମାନଙ୍କୁ ପାଠ୍ୟ ପୁସ୍ତକ ବିତରଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଦେପୁଟି କମାଣ୍ଡେଣ୍ଟ ଡ.ଅଙ୍କୁଶ ରାୱଲଙ୍କ ସମେତ ଇନିସ୍ପେକ୍ଟର ସଞ୍ଜୟ କୁମାର,ଏସଆଇ ରାକେଶ ଏବଂ ଜବାନ ମାନେ ସହାୟତା କରିଥିଲେ । ଏହି କାର୍ଯ୍ୟକ୍ରମରେ କଲମପଡା ଗ୍ରାମର ସମସ୍ତ ପୁରୁଷ ଓ ମହିଳାମାନଙ୍କ ସମେତ ଛୋଟ ଛୋଟ ପିଲାମାନେ ଯୋଗ ଦେଇବା ସହିତ ଯୁବକ ମାନେ ଖେଳକୁଦରେ ଭାଗ ନେଇଥିଲେ । ବିଏସଏଫ୍ ର ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ମାନେ ସରକାର ଏବଂ ଜବାନ ମାନଙ୍କ ପ୍ରତି ବନ୍ଧୁତ୍ୱ ଭାବ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳୀଥିଲା ।

nis-ad
Leave A Reply

Your email address will not be published.