ସାମାନ୍ୟ ବଚସାରୁ ପାଟିତୁଣ୍ଡ ତା’ପରେ ଛୁରୀ ଭୁସି ହତ୍ୟା

କଟକ: ସାମାନ୍ୟ ବଚସାରୁ ପାଟିତୁଣ୍ଡ ତା ପରେ ଛୁରୀ ଭୁସା । ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଏଭଳି ଘଟଣା ଘଟିଛି ଚୌଦ୍ଵାର ଥାନା ଚୁଡ଼ାଖିଆ ଅଞ୍ଚଳରେ । ମୃତକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ତୁମାସିଙ୍ଗା ଥାନା ଅଞ୍ଚଳର ପ୍ରଶାନ୍ତ କୁମାର ମାଝୀ । ସେ ଚୁଡ଼ାଖିଆ ବଜାରରେ ଥିବା ଏକ ଜଳଖିଆ ଦୋକାନରେ ମିଠା ମିସ୍ତ୍ରୀ ଭାବେ କାମ କରନ୍ତି । ପ୍ରଶାନ୍ତଙ୍କର ବଡସାମନ୍ତରାପୁର ଅଞ୍ଚଳର ଦୀପକ ଦେହୁରୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ଏଥିରେ ଉତକ୍ଷିପ୍ତ ହୋଇ ଦୀପକ ଏକ ଧାରୁଆ ଛୁରୀରେ ପ୍ରଶାନ୍ତ ପେଟରେ ଭୁସି ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ପ୍ରଶାନ୍ତଙ୍କୁ ଦୋକାନ ମାଲିକ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ପ୍ରଶାନ୍ତର ମୃତ୍ୟୁ ହୋଇଛି । ଚୌଦ୍ଵାର ପୋଲିସ ଓ ସାଇନ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

nis-ad
Leave A Reply

Your email address will not be published.