ଜିଲ୍ଲାସ୍ତରୀୟ ବିଶ୍ବ ନିଶା ନିବାରଣ ଦିବସ ପାଳିତ

ନିଶା ଦ୍ରବ୍ୟକୁ ନାଁ, ସୁସ୍ଥ ଜୀବନକୁ ହଁ
ଛତ୍ରପୁର : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ବିଶ୍ବ ନିଶାନିବାରଣ ଦିବସ ବୁଧବାର ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପୂର୍ବାହ୍ନରେ ଏକ ବିରାଟ ସଚେତନତା ଶୋଭାଯାତ୍ରା ବାହାରି ଛତ୍ରପୁର ସହର ପରିକ୍ରମା ପୂର୍ବକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ଡଃ ପ୍ରମୋଦ କୁମାର ପୃଷ୍ଟି, ଉପ ଜିଲ୍ଲାପାଳ ଦେବବ୍ରତ ମହନ୍ତ ଉପସ୍ଥିତ ରହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପି. ପଦ୍ମା, ଜିଲ୍ଲା ଅବକାରୀ ଅଧୀକ୍ଷକ ଦେବୀ ପ୍ରସାଦ ଦାଶ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା ସମେତ ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀ, ବିଭିନ୍ନ ସ୍ବେଚ୍ଛାସେବୀ, ଅନୁଷ୍ଠାନର କର୍ମକର୍ତ୍ତା, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ପ୍ରମୁଖ ଅଂଶ ଗ୍ରହଣ କରି ଆନ୍ତର୍ଜାତୀୟ ନିଶା ନିବାରଣ ଓ ବେଆଇନ୍ ନିଶା ବେପାର ବିରୋଧି ଦିବସକୁ ପାଳନ କରିଥିଲେ ।

ମଦ୍ୟପାନ, ଗଞ୍ଜାଇ ସେବନ, ସିଗାରେଟ ପାନ, ଡ୍ରଗସ୍ ସେବନ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟ ଇତ୍ୟାଦି ସେବନ ଦ୍ବାରା ଅଭ୍ୟସ୍ତ ଏବଂ ସମସ୍ତ ପ୍ରକାର ନିଶାରୁ ମୁକ୍ତି ହେଲେ ଜଣେ ବ୍ୟକ୍ତି ସୁସ୍ଥ ଜୀବନଯାପନ କରିପାରିବ, ତେବେ ଯାଇ ସୁଖ ଓ ଶାନ୍ତି ବାତାବରଣ ସୃଷ୍ଟି ହେବ ବୋଲି ଅତିଥିଗଣ ମତ ପ୍ରକାଶ କରିଥିଲେ । ଯୁବ ସମାଜକୁ ସଚେତନ କରାଇ ନିଶା ସେବନ ଦ୍ବାରା କେଉଁ ସବୁ କ୍ଷତି ହୁଏ ତାହା ଅବଗତ କରାଇ ଡ୍ରଗସ୍ ଅପବ୍ୟବହାର ଓ ଅବୈଧ କାରବାରକୁ ରୋକିବା ପାଇଁ ସଚେତନତା ବୃଦ୍ଧି କରିବା ଆଜିର ଦିନରେ ଜରୁରୀ ହୋଇ ପଡିଛି । ଏହି ଦିବସର ସଚେତନତା ସୃଷ୍ଟି ସକାଶେ ପୂର୍ବରୁ ଅନୁଷ୍ଠିତ ପ୍ରବନ୍ଧ ଲିଖନ, ବକ୍ତୃତା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ଡଃ ପ୍ରମୋଦ କୁମାର ପୃଷ୍ଟି ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ଗୁଡିକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପି. ପଦ୍ମାଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି ।

nis-ad
Leave A Reply

Your email address will not be published.