ସମ୍ବଲପୁରକୁ ନୋଡାଲ ଜିଲ୍ଲା ଚୟନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର : ସମ୍ବଲପୁରକୁ ନୋଡାଲ ଜିଲ୍ଲା ଭାବେ ଚୟନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । MPLADS କାର୍ଯ୍ୟକ୍ରମ ପାଇଁ ନୋଡାଲ ଜିଲ୍ଲା ଭାବେ ଚୟନ କରିଛନ୍ତି । ଏନେଇ ଭାରତ ସରକାରଙ୍କ ଷ୍ଟାଟିଷ୍ଟିକ୍ସ ଓ କାର୍ଯ୍ୟକ୍ରମ କ୍ରିୟାନ୍ବୟନ ମନ୍ତ୍ରାଳୟ ପକ୍ଷରୁ ଏକ ପତ୍ର ଜରିଆରେ ଅବଗତ କରାଯାଇଛି । ସମ୍ବଲପୁର ଲୋକସଭା ସାଂସଦ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ସମ୍ବଲପୁରକୁ ନୋଡ଼ାଲ ଜିଲ୍ଲା ଭାବରେ ଚୟନ କରିଛନ୍ତି । ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଅନୁଗୁଳ ଓ ଦେବଗଡ଼ ଜିଲ୍ଲା ଆସୁଛି । ଫଳରେ ସମ୍ବଲପୁର ସମେତ ଅନୁଗୁଳ ଓ ଦେବଗଡ଼ରେ ବିକାଶ କାର୍ଯ୍ୟ ତ୍ବରାନ୍ବିତ ହେବ । ଏନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟାଳୟ ପକ୍ଷରୁ ‘X’ ମାଧ୍ୟମରେ ସୂଚନା ଦିଆଯାଇଛି ।

nis-ad
Leave A Reply

Your email address will not be published.