ଓଡ଼ିଶାରେ ପର୍ଯ୍ୟାୟକ୍ରମେ କମିବ ମଦ କାରବାର, ନିଶା ମୁକ୍ତ ହେବ ରାଜ୍ୟ

ଭୁବନେଶ୍ବର: ଓଡିଶାରେ କମିବ ନିଶା ବ୍ୟବହାର । ରାଜ୍ୟରେ ପ୍ରର୍ଯ୍ୟାୟ କ୍ରମେ ବନ୍ଦ ହେବ ମଦ କାରବାର । ରାଜ୍ୟକୁ ମଦ ମୁକ୍ତ ଓ ନିଶା ମୁକ୍ତ କରିବାକୁ ଯୋଜନା କରାଯାଉଥିବା କହିଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ସାମାଜିକ ସୁରକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ଯେ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି । ସରକାରୀ ସ୍ତରରେ ଅନେକ ରାଜ୍ୟରେ ମଦ ବନ୍ଦ କରାଯାଇଛି । ଓଡ଼ିଶା ସରକାର ମଧ୍ୟ ମଦ ବନ୍ଦ କରିବାକୁ ପ୍ରୟାସ କରିବେ । ଫଳରେ ନିଶା କାରବାର କମିବ ବୋଲି କହିଛନ୍ତି ମନ୍ତ୍ରୀ ।

ଖୁବଶୀଘ୍ର ଅବକାରୀ ସମେତ ବିଭିନ୍ନ ବିଭାଗ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

nis-ad
Leave A Reply

Your email address will not be published.