ରାଜନଗର ବିଇଓଙ୍କ କାର୍ଯ୍ୟାଳୟରେ ଦୁର୍ନୀତିର ଗନ୍ଧ

ରାଜନଗର : ଶିକ୍ଷା ବିଭାଗର ଦୁର୍ନୀତିର ପେଣ୍ଠସ୍ଥଳି ପାଲଟିଛି ଵ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ । ଏଠାରେ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଆସୁଥିବା ଅର୍ଥ ଏପରିକି ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ କ୍ରମ ବାଵଦ ଅର୍ଥକୁ ବାଣ୍ଟିକୁଣ୍ଟି ଖାଉଛନ୍ତି ସିଆରସି,ବିଆରସି,ଓ ଵିଇଓ । ଏହାଛଡା ଆମ ସଂସ୍କୃତି ଆମ ଖେଳନା ନାଁରେ କାଗଜ କଲମରେ ଦର୍ଶାଇ ଲକ୍ଷଲକ୍ଷ ଟଙ୍କା ଲୁଟିବାକୁ ପଛଘୁଞ୍ଚା ଦେଈ ନାହାଁନ୍ତି ଵ୍ଲକ ଶିକ୍ଷାଧିକାରୀ । ଏପରି ଏକ ଶିକ୍ଷା ବିଭାଗରୁ ନିୟମିତ ବିଭିନ୍ନ ଯୋଜନାରୁ ଲୁଟିଥିବା ଦେଖିବାକୁ ମିଳିଛି ରାଜନଗର ଵ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ।ଏହି ସୁଵିଧା ପାଇଁ ବିଇଓ ତାଙ୍କର ଶୁଭେଚ୍ଛୁ ଵିଶ୍ବାସ ଭାଜନ ଶିକ୍ଷକଙ୍କୁ ବେନିୟମ ଭାଵେ ସିଆରସି,ଵିଆରସିରେ ନିଯୁକ୍ତି ଦେଇ ମାସିକିଆ ଆଦାୟ କରନ୍ତି ଵୋଲି ଅଭିଯୋଗ ହୋଇ ଆସୁଥିଲା।ଏହି କାର୍ଯ୍ୟାଳୟରେ ଶିକ୍ଷାର ବିକାଶ ପାଇଁ ସରକାର ଵିଭିନ୍ନ ଯୋଜନାରେ ଯୋଗାଉଥିବା ଅର୍ଥକୁ ନାମକୁ ମାତ୍ର ଵିଦ୍ୟାଳୟ ମାନଙ୍କରେ କାର୍ଯ୍ୟ କରି କାଗଜାତରେ ଶତପ୍ରତିଶତ କାର୍ଯ୍ୟ ହୋଇଥିବା ଦର୍ଶାଇ ଇଉସି ସରକାରଙ୍କ ନିକଟରେ ଦାଖଲ ହେଉଥିବା ଅଭିଯୋଗ ହେଉଛି।ଏଥିରେ ଅର୍ଥ ଲୁଟାଯାଇଥିବାରୁ ତୁରନ୍ତ ଵିନିଯୋଗ ପତ୍ର ଦାଖଲ କରିବାକୁ ସିଆରସି,ବିଆରସି ଓ ଶିକ୍ଷକ ଶୀକ୍ଷୟତ୍ରୀଙ୍କ ଉପରେ ଵିଇଓ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଚାପ ପଡୁଥିବା ଜଣାପଡିଛି। ଏପରି ଦୁର୍ନୀତି ରାଜନଗର ବିଇଓଙ୍କ କାର୍ଯ୍ୟାଳୟର ନିତିଦିନିଆ ଘଟଣାରେ ପରିଣତ ହୋଇଅଛି।ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମରେ ପ୍ରତି ସିଆରସି କେନ୍ଦ୍ରକୁ ୧୫ ହଜାର ଟଙ୍କା ସରକାର ଯୋଗାଇ ଦେଇଥିଲେ । ଏହି କାର୍ଯ୍ୟକ୍ରମ ୧୮ ଟିସିଆରସି କେନ୍ଦ୍ରରୁ ମାତ୍ର ୪ଟି ସିଆରସି କେନ୍ଦ୍ରରେ ତିନିଦିନ ଵଦଳରେ ଗୋଟିଏ ଦିନ କରାଯାଈ ଅନ୍ୟ କେନ୍ଦ୍ରମାନଙ୍କରେ ଆଦୌ କାର୍ଯ୍ୟକ୍ରମ ନହୋଈ ବଳକା ଟଙ୍କା ହଡପ କରାଯାଇଥିବା ନେଇ ଅଭିଯୋଗ ହେଉଛି।ଏହି ବ୍ଲକର ସ୍କୁଲଗୁଡିକ ହେଲା ବନଵିହାରୀଜୀଉ ନୋଡାଲ ହାଈସ୍କୁଲ ଗୋପାଳପୁରୁ,ହାତିନା ନୋଡାଲ ହାଇସ୍କୁଲ,କୁରୁଣ୍ଟି ନୋଡାଲ ଉ ପ୍ରା ଵିଦ୍ୟାଳୟ, ନାଉକଣା,ରାଜନଗର, ସାଵଡ ଗୋପାଳପୁର, କେରଡାଗଡ,ଓସ୍ତିଆ,ବନ୍ଧପାଟଣା, ମଧ୍ୟପଡା ,ଗୋବିନ୍ଦିପୁରୁ, ବାର୍ହାପୁରୂ,ମାଣପଡା, କଣ୍ଡିରା,ଦିଘି ,ଡାଙ୍ଗମାଳ, ଦେଉଳସାହି,ତାଳଚୁଆ,ବାରଗାଁ,ଯଦୁଚନ୍ଦ୍ରପୁରୁ ପ୍ରଭୃତି ୧୮ଟି ନୋଡାଲ ସ୍କୁଲରେ ସିଆରସି କେନ୍ଦ୍ରମାନ ରହିଛି।ଏହାମଧ୍ୟରୁ ମାତ୍ର ୪ଟି କେନ୍ଦ୍ରରେ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ କରାଯାଇ ବଳକା ଅର୍ଥକୁ ହରିଲୁଟ ହୋଇଥିବା ରାଜନଗର ଶିକ୍ଷାଧିକାରି ଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ଆଗରୁ ସୁରଭି କାର୍ଯ୍ୟକ୍ରମ,ସ୍କୁଲକୁ ଵିଭିନ୍ନ ସାମଗ୍ରୀ,ଛତା,ଯୋତା ଡ୍ରେସ୍,ଶିକ୍ଷକ ଵଦଳି,ସିଆରସି,ଵିଆରସିଙ୍କୁ ଅନୀୟମିତ ନିଯୁକ୍ତିକୁ ନେଇ ଅଭିଯୋଗ ପ୍ରକାରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ମଧ୍ୟ ନେତାଙ୍କ ହାତଵାରିସି ସାଜିଥିବାରୁ ସେତେଵେଳେ ଅଭିଯୋଗକୁ ଉପର ମହଲାରୁ ଚପାଇ ଦିଆଯାଇଥିଲା। ତେଣୁ ଏନେଇ ବିଇଓଙ୍କୁ ଫୋନରେ ଯୋଗା ଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହି।ରାଜନଗର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଚାଲିଥିବା ଦୁର୍ନୀତିକୁ ସ୍ବତନ୍ତ୍ର ଭିଜିଲାନ୍ସ ସହିତ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଵିଇଓଙ୍କ ସମେତ ଅଫିସରେ ରାଜକରୁଥିବା କେହି କର୍ମଚାରୀ ଵିଆରସି,ସିଆରସିଙ୍କ କାରନାମା ଲୋକଲୋଚନକୁ ଆସିବ ଵୋଲି ସାଧାରଣରେ ଦାଵୀ ଼ହେଉଛି।

nis-ad
Leave A Reply

Your email address will not be published.