ବ୍ରହ୍ମକୁମାରୀସ ଶାନ୍ତିକୁଣ୍ଡ ତରଫରୁ ସାମ୍ବାଦିକମାନଙ୍କ ଲାଗି ସ୍ନେହ ମିଳନ କାର୍ଯ୍ୟକ୍ରମ

ବ୍ରହ୍ମପୁର : ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟର ଠାରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ମାଉଣ୍ଟଆବୁ ରୁ ପଦାର୍ପଣ କରିଥିବା ମାସିକ ଜ୍ଞାନମୃତ ଏବଂ ହରିୟାଲି ସମ୍ପାଦିକା ରାଜଯୋଗନି ବ୍ରହ୍ମା କୁମାରୀ ଭଗୀନି ଉର୍ମିଲାଙ୍କ ଅନ୍ତିମ ଦିବସ ରେ ଗଞ୍ଜାମ, ଗଜପତି ଏବଂ ନୟାଗଡ ଜିଲ୍ଲାର ସମସ୍ତ ସାମ୍ବାଦିକ ମାନଙ୍କ ସକାସେ ଏକ୍ ସ୍ନେହ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଆଲୋଚନା ର ବିଷୟ ଥିଲା “ଏକ ସ୍ଵଚ୍ଛ ଏବଂ ସ୍ଵଚ୍ଛ ସାମାଜ ନିର୍ମାଣ ସକାଶେ ସାମ୍ବାଦିକ ମାନଙ୍କ ଭୂମିକା ” ଉକ୍ତ କାର୍ଯ୍ୟକ୍ରମରେ ସାମ୍ବାଦିକ ମାନଙ୍କୁ ସ୍ଵାଗତ କରିବା ପୂର୍ବକ ବରିଷ୍ଠ ରାଜଯୋଗ ଶିକ୍ଷିକା ରାଜଯୋଗିନି ବ୍ରହ୍ମା କୁମାରୀ ଭଗିନୀ ଉର୍ମିଲା ଆଲୋଚ୍ୟ ବିଷୟ ରେ ନିଜ ବକ୍ତବ୍ୟରେ କହିଥିଲେ ଯେ ପ୍ରତ୍ୟେକ ଟି ଖବର ପରିବେଷଣ ସାମାଜ ରେ କିଛି ନା କିଛି ପ୍ରଭାବ ପକାଇଥାଏ l

ତେଣୁ ସମୟ ଉପଯୋଗୀ ସକାରାତ୍ମକ ଏବଂ ସାମାଜ ର ମଙ୍ଗଳ ପାଇଁ ଉଦିଷ୍ଟ ଖବର ସତ୍ୟ ଆଧାରିତ ହୋଇଥିବା ଆବଶ୍ୟକ। ଏପରି ଶୁଭ ଭାବନା ଶୁଭ କାମନା ସମ୍ପର୍ଣ୍ଣ ଗଣମାଧ୍ୟମ ରେ ପ୍ରଚାର ପ୍ରସାର ନିଶ୍ଚିତ ଭାବେ ସ୍ଵଚ୍ଛ ଏବଂ ସୁସ୍ଥ ରଖିପାରିବ। ଏଥି ସକାଶେ ସାମ୍ବାଦିକ ମାନଙ୍କ ଆତ୍ମ ଜାଗୃତି ପୂର୍ବକ ଆଧ୍ୟାତ୍ମିକ ସଶକ୍ତିକରଣ ନିତ୍ୟାନ୍ତ ଆବଶ୍ୟକ। ସୋନପୁର ଜିଲ୍ଲା ର ବୀରମହାରାଜପୁର ଭାଗୀନି ବ୍ରହ୍ମକୁମାରୀ ସରୋଜିନୀ ସାହୁ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ ଶୃଙ୍ଖଳିତ ଓ ପ୍ରତ୍ୟକ୍ଷ ପ୍ରମାଣ ଥିବା ଖବର ପ୍ରତି ସମସ୍ତେ ଆକର୍ଷିତ ହୁଅନ୍ତି। ଏଣୁ ବାହ୍ୟ ସ୍ଵଚ୍ଛତା ସହ ଆନ୍ତରିକ ଶୁଦ୍ଧିକରଣ ଦ୍ଵାରା ଜନ ଜାଗୃତି ସକାଶେ ଯେଉଁ ଖବର ପରିବେଷିତ ହୁଏ ତାହା ଦିଗ୍ ଭ୍ରମିତ ମନୁଷ୍ଯ ସାମାଜ କୁ ନିଜ ଲକ୍ଷ୍ୟ ସାଧନ ପ୍ରତି ପ୍ରେରିତ କରିପାରିବ, ଯାହା ଦ୍ଵାରା ଦେଶର ସର୍ବାଙ୍ଗୀନ ବିକାଶ ହୋଇ ପାରିବ ।

ବ୍ରହ୍ମକୁମାରୀସ ବ୍ରହ୍ମପୁର ସବ୍ ଜୋନ ସହ ସଂଚାଳିକା ରାଜଯୋଗିନି ବ୍ରହ୍ମା କୁମାରୀ ଭାଗୀନି ମାଳl ସଭାକାର୍ଯ୍ୟ ସୁପରିଚାଳନା, ରାଜଯୋଗ ର ଅଭ୍ୟାସ ଏବଂ ସ୍ଵାଗତ ଭାଷଣ ପ୍ରଦାନ ପୂର୍ବକ କହିଥିଲେ ଯେ ମାନବ ଜୀବନ ଇଶ୍ଵର କଂ ଏକ ଅମୂଲ୍ୟ ଉପହାର ଅଟେ। ଏଣୁ ସାମ୍ବାଦିକ ବନ୍ଧୁ ମାନେ ଚିନ୍ତା, ଭୟ ଏବଂ ନକାରାତ୍ମକ ମନୋଭାବ କୁ ପରିତ୍ୟାଗ କରି ସୁଖ ଶାନ୍ତି, ସମ୍ପର୍ଣ୍ଣ ଜୀବନ ଯାପନ ର କଳା ଶିଖିବା ନିତ୍ୟାନ୍ତ ଆବଶ୍ୟକ । ଏଥିପାଇଁ ରାଜଯୋଗ ର ଅଭ୍ୟାସ ଦ୍ଵାରା ମନୋବିକାର ଉପରେ ବିଜୟ ଲାଭ କରି ସକାରାତ୍ମକ ଚିନ୍ତାଧାରା ଯୁକ୍ତ ଖବର ପରିବେଷଣ ଦ୍ଵାରା ଏକ ସ୍ଵଚ୍ଛ, ସୁସ୍ଥ ସମାଜ ନିର୍ମାଣ ହୋଇପାରିବ।

nis-ad
Leave A Reply

Your email address will not be published.