ରୋଟାରୀ କ୍ଲବ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ : ଫୁଲବାଣୀ ବନ ବିଭାଗ ରେଞ୍ଜ ସହାୟତାରେ କନ୍ଧମାଳ ଜିଲ୍ଲା ରୋଟାରୀ କ୍ଲବ ଫୁଲବାଣୀ ପକ୍ଷରୁ ସ୍ଥାନୀୟ ପବ୍ଲିକ୍ ସ୍କୁଲ୍ ସମ୍ମୁଖରେ ଥିବା ଅନ୍ବେଷା ହଷ୍ଟେଲ୍ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବନାଞ୍ଚଳ ଅଧିକାରୀ ଶିବାନନ୍ଦ ଲେଙ୍କା ଯୋଗ ଦେଇ ବୃକ୍ଷରୋପଣ ମହତପୂର୍ଣ୍ଣ କାରଣ ଏହା ଖାଇବା ପାଇଁ ଭଲ ଖାଦ୍ୟ ଏବଂ ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ ଆମର ମୌଳିକ ଆବଶ୍ୟକତା ସହିତ ଜଡିତ l ଏହି ଆବଶ୍ୟକତା ବ୍ୟତୀତ, ସେମାନେ ଜୈବ ବିବିଧତା ସଂରକ୍ଷଣ କରନ୍ତି, ଜଳ ସଂରକ୍ଷଣ କରନ୍ତି, ମାଟି ସଂରକ୍ଷଣ କରନ୍ତି ଏବଂ ଜଳବାୟୁକୁ ନିୟନ୍ତ୍ରଣ କରନ୍ତି ବୋଲି କହିଥିଲେ l
ସେହିପରି ବରିଷ୍ଠ ସାମ୍ବାଦିକ ତଥା ରୋଟାରିଆନ ସୁନୀଲ କୁମାର ପଟ୍ଟନାୟକ ବୃକ୍ଷରୋପଣ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ପୃଥିବୀରେ ଜୀବନ ବଞ୍ଚିବା ପାଇଁ ତାଜା ଫଳ, ପନିପରିବା, ବାଦାମ ଏବଂ ଅନ୍ୟାନ୍ୟ ଖାଦ୍ୟ ଯୋଗାଇଥାଏ l ସେମାନେ ଖାଦ୍ୟ ଶୃଙ୍ଖଳାର ତଳ ଭାଗରେ ଥିବାରୁ ସମସ୍ତ ଜୀବଜନ୍ତୁ ବଞ୍ଚିବା ପାଇଁ ସେମାନେ ଉତ୍ପାଦକ ଏବଂ ଖାଦ୍ୟ ଶକ୍ତିର ଉତ୍ସ ଭାବରେ କାର୍ଯ୍ୟ କରିଥାନ୍ତି ବୋଲି କହିଥିଲେ l ଏଥି ସହିତ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ରୋଟାରୀ କ୍ଲବ ସଭାପତି ହରିଶ୍ଚନ୍ଦ୍ର ମହାରଣା ଯୋଗ ଦେଇ ବୃକ୍ଷ ଆମର ମୌଳିକ ଆବଶ୍ୟକତା ପୂରଣ କରିବା ବ୍ୟତୀତ, ବୃକ୍ଷରୋପଣ ମଣିଷମାନଙ୍କ ପାଇଁ ସେମାନଙ୍କର ଔଷଧୀୟ ଆବଶ୍ୟକତା, ଘରୋଇ ପଶୁମାନଙ୍କ ପାଇଁ ଖାଇବାକୁ, ଘର ଉପକରଣ, ଇନ୍ଧନ ଇତ୍ୟାଦି ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ସମାଜସେବୀ ତଥା ରୋଟାରିଆନ ବିପ୍ର ଚରଣ ପାତ୍ର,ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ ଯୋଗ ଦେଇ ପ୍ରକୃତିର ସମସ୍ତ ଉପାଦାନ ମଧ୍ୟରେ ସନ୍ତୁଳନ ରକ୍ଷା କରି ଉଦ୍ଭିଦ ଆମ ଇକୋସିଷ୍ଟମରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ l

ଅଧିକ ଗଛ ଲଗାଇବା ମଧ୍ୟ ଏକ ସ୍ଥାନର ଜଳବାୟୁ ସ୍ଥିତିକୁ ଯାଞ୍ଚ କରିବାରେ ସାହାଯ୍ୟ କରେ l ତେଣୁ ପାରୁ ପର୍ଯ୍ୟନ୍ତ ବୃକ୍ଷ ରୋପଣ ଯେତେ ଅଧିକ କରିବା ଆମ ବିଶ୍ଵ କୁ ଗ୍ଲୋବାଲ ୱାର୍ମିଙ୍ଗ ଦାଉରୁ ରକ୍ଷା କରି ପାରିବା ବୋଲି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ରୋଟାରୀ କ୍ଲବ ସଭାପତି ବିରାଜିନି ମହାପାତ୍ର, ସମ୍ପାଦିକା ସୁନିତୀ ଆଚାରୀ, ମିନି ନାୟକ, ବିରଜା ପ୍ରସାଦ ନାହାକ, କୁନ୍ଦନ ସିଂ, ପଦ୍ମ ଚରଣ ସ୍ଵାଇଁ, ରବିନ୍ଦ୍ର ନାଥ ସୁବୁଦ୍ଧି, ଦେବେନ୍ଦ୍ର ପାତ୍ର, ପି କେ ପଣ୍ଡା, ଡାକ୍ତର ଅକ୍ଷୟ ପଣ୍ଡାଙ୍କ ସମେତ ସାମ୍ବାଦିକ ତଥା ଜିଲ୍ଲା ମିଡିଆ ଫୋରମର ସମ୍ପାଦକ ଆଦିତ୍ୟ ପ୍ରସାଦ ତ୍ରିପାଠୀ,ଉପସଭାପତି ବୈଦ୍ଯ ନାଥ ନାୟକ କୋଷାଧକ୍ଷ ପ୍ରଶାନ୍ତ ଜେନା, ସଦସ୍ୟ ଶିବ ବିଶ୍ଵାଳ, ବ୍ରଜ ମୋହନ ନାୟକ, ଶିବ ନାୟକ ଓ ବରିଷ୍ଠ ସାମ୍ବାଦିକ ସଦାଶିବ ପାତ୍ର ଫରେଷ୍ଟର ସରୋଜ ମିଶ୍ରଙ୍କ ସମେତ ବନ କର୍ମଚାରୀ ଓ ହଷ୍ଟେଲ ଅନ୍ତେବାସୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.