ଆଇଇଡି ବିସ୍ଫୋରଣରେ ୨ ଯବାନ ସହିଦ

ସୁରକ୍ଷାକର୍ମୀଙ୍କ ଦ୍ବାରା କ୍ରମାଗତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲେ ମଧ୍ୟ ନକ୍ସଲମାନେ ନିଜକୁ ପରିବର୍ତ୍ତନ କରୁନାହାନ୍ତି। ନକ୍ସଲମାନେ ସୁରକ୍ଷାବାହିନୀର ଯବାନ ଓ ସାଧାରଣ ଜନତାଙ୍କ ଧନଜୀବନକୁ ପ୍ରଭାବିତ କରିବା ପାଇଁ ସବୁବେଳେ ଉଦ୍ୟମ କରୁଛନ୍ତି। ନକ୍ସଲମାନେ ପଡୋଶୀ ଛତିଶଗଡ଼ର ସୁକମା ଜିଲ୍ଲାରେ ରବିବାର ଦିନ ବଡ଼ଧରଣର ଆକ୍ରମଣ କରିଛନ୍ତି। ଜଗରଗୁଣ୍ଡା ଥାନା ଅଞ୍ଚଳରେ ନକ୍ସଲମାନଙ୍କ ଦ୍ବାରା ଖଂଜା ଯାଇଥିବା ଆଇଇଡି ବିସ୍ଫୋରଣରେ ସିଆରପିଏଫ୍‌ କୋବ୍ରା ୨୦୧ ବାଟାଲିୟନ୍‌ର ୨ ଜଣ ଯବାନ ସହିଦ ହୋଇଥିବା ଜଣାପଡ଼ିଛି। ସେହିପରି ଏକାଧିକ ସୁରକ୍ଷାକର୍ମୀ ଆହତ ହୋଇଥିବା ଜଣାପଡ଼ିଛି। ସୁକମା ପୁଲିସର ଜଣେ ଅଧିକାରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ସିଆରପିଏଫ୍‌ କୋବ୍ରା ୨୦୧ ବାଟାଲିଅନର ଯବାନମାନେ ଆଜି ସକାଳୁ ସିଲଗେର ଅଞ୍ଚଳକୁ ସର୍ଚ୍ଚ ଅପରେସନରେ ଯାଇଥିଲେ। ଏହା ପୂର୍ବରୁ ନକ୍ସଲମାନେ ଯବାନଙ୍କୁ ଟାର୍ଗେଟ କରି ଆଇଇଡି ଖଂଜି ଥିଲେ। ଟ୍ରକ୍‌ ଏହାରି ଉପର ଦେଇ ଅତିକ୍ରମ କରୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ୨ ଜଣ ନକ୍ସଲ ସହିଦ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପଟରେ ନକ୍ସଲ ଗତିବିଧି ନେଇ ସୂଚନା ମିଳିବା ପରେ ଅତିରିକ୍ତ ସୁରକ୍ଷାକର୍ମୀ ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି। ଏହି ଅଞ୍ଚଳରେ ନକ୍ସଲ ଅଭିଯାନ ସକ୍ରିୟ କରିଦିଆଯାଇଛି।

nis-ad
Leave A Reply

Your email address will not be published.