ପୋଲିସ ପକ୍ଷରୁ ମାଦିକୁନ୍ଦା ରିଜର୍ଭ ପଡ଼ିଆ ପରିସରରେ ରକ୍ତଦାନ ଶିବିର : ୧୨୪ ୟୁନିଟ୍ ରକ୍ତ ସଂଗୃହୀତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲା ପୋଲିସ ପକ୍ଷରୁ ଫୁଲବାଣୀ ମାଦିକୁନ୍ଦା ରିଜର୍ଭ ପୋଲିସ ପଡିଆ ପରିସରରେ ଥିବା ପୋଲିସ ମେଡିକାଲ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ନିଜେ ରକ୍ତଦାନ କରି ଉଦଘାଟନ କରିଥିଲେ l

ଏହି ଅବସରରେ ଡେପୁଟି କମାଣ୍ଡେଣ୍ଟ ପ୍ରଦିପ୍ତ ରାଉତ, ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଦିଲ୍ଲିପ ମେହେର, ଫୁଲବଣୀ ରିଜର୍ଭ ଇନ୍ସପେକ୍ଟର ବିରସିଂ ଶବର, ଫୁଲବାଣୀ ଟାଉନ ଥାନା ଅଧିକାରୀ କନକ କୁମାର ମାଝୀ, ହୋମଗାର୍ଡ ଆର ଆଇ ବାଲୁକେଶ୍ଵର କାଚାପ୍, ଫୁଲବାଣୀ ରକ୍ତଦାନ ସମିତିର ସହ ସମ୍ପାଦକ ତଥା ବିଶିଷ୍ଠ ରକ୍ତଦାତା ପ୍ରଶାନ୍ତ କୁମାର ବେହେରା ଭି. ଲୋକନାଥ ରାଜୁ ପ୍ରମୁଖ ଉପସ୍ଥିତ ଥିଲେ ।

ପରେ ପରେ ଜିଲ୍ଲା ର ଦାରିଙ୍ଗବାଡି, ବ୍ରାହ୍ମଣୀଗାଁ, ଖଜୁରୀପଡ଼ା, ଗୋଛାପଡ଼ା,ଚକାପାଦ, ଫିରିଙ୍ଗିଆ,ଫଲବାଣୀ ସଦର ଥାନା ସମେତ ଫୁଲବାଣୀର ପୋଲିସ ଜବାନ ମାନେ ସ୍ବେଚ୍ଛାକୃତ ଭାବେ ଆସି ରକ୍ତଦାନ କରିଥିଲେ। ଏଥିରେ ଫୁଲବାଣୀ ବିଏସଏଫ, ସିଆରପିଏଫ୍, ହୋମଗାର୍ଡ ଜବାନ ମାନଙ୍କ ସମେତ ଓଏସଆରଟିସି ଏବଂ ଫୁଲବାଣୀ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ତଥା ବିଭିନ୍ନ ସଂଗଠନର ଯୁବକ ଯୁବତୀ ମାନେ ଆସି ରକ୍ତଦାନ କରିଥିଲେ। ଏହି ଶିବିରରେ ରକ୍ତ ସଂଗ୍ରହ କାର୍ଯ୍ୟ ଫୁଲବାଣୀ ରକ୍ତଭଣ୍ଡାର ଦାୟିତ୍ଵରେ ଥିବା ଡା.ସବିତା ନାୟକଙ୍କ ତତ୍ବାବଧାନରେ କର୍ମଚାରୀ ପ୍ରଶାନ୍ତ କୁମାର ରତ୍ନାଲୁ, ସାକେତ ରାଣୀ ନାୟକ, ଅର୍ଚ୍ଚନା ପ୍ରଧାନ ଏବଂ ବରୁଣ ବେହେରା ପ୍ରମୁଖ ସମ୍ପାଦନ କରିଥିଲେ। ଏହି ଅବସରରେ ଫୁଲବାଣୀ ଟିମ୍ ହ୍ୟୁମାନିଟିର ସଦସ୍ୟ ସଦସ୍ୟା ଓ ମିତ୍ର ଫାଉଣ୍ଡେସନର ସଦସ୍ୟ ସଦସ୍ୟା ମାନେ ଶିବିରରେ ସହଯୋଗ କରିଥିଲେ ।ଶେଷରେ ଫୁଲବାଣୀ ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ପ୍ରକାଶଚନ୍ଦ୍ର ସେଠୀ ଓ ହୋମଗାର୍ଡ ଆର ଆଇ ରକ୍ତଦାନ କରିଥିଲେ। ଏହି ଶିବିରରେ ମୋଟ ୧୨୪ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।

nis-ad
Leave A Reply

Your email address will not be published.