ବିଜେପି ପକ୍ଷରୁ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

ଫୁଲବାଣୀ : ଆଜି ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଭାବେ ସାରା ଭାରତ ବର୍ଷରେ ଏହି ଦିବସକୁ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଫୁଲବାଣୀ ଠାକୁରାଣୀ ଯାତ୍ରା କାର୍ଯ୍ୟାଳୟରେ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ଏହା ପରେ ନାରାୟଣୀ ମନ୍ଦିର ନିକଟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଯୋଗ ଦେଇ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ଗୁଣ ଗାରିମା ଆଦର୍ଶ ଆଚରଣ ଉପରେ ଆଲୋକପାତ କରିଥିଲେ l ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜୀବୀ ତଥା ରାଜ୍ଯ କାର୍ଯ୍ୟ କାରିଣୀ ସଦସ୍ୟ ଭଗବାନ ମହାନ୍ତି ଯୋଗ ଦେଇ ସ୍ଵର୍ଗତ ମୂଖାର୍ଜୀ ଜଣେ ଭାରତୀୟ ରାଜନେତା, ବାରିଷ୍ଟର ଏବଂ ଏକାଡେମିକ୍ ଥିଲେ l ଯିଏପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁଙ୍କ କ୍ୟାବିନେଟରେ ଭାରତର ପ୍ରଥମ କେନ୍ଦ୍ର  ଶିଳ୍ପ ଓ ଯୋଗାଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।ନେହେରୁଙ୍କ ସହ ଖସିଯିବା ପରେ, ଲିଆକାଟ – ନେହେରୁ ଚୁକ୍ତି ବିରୁଦ୍ଧରେ ବିରୋଧ କରି ମୁଖାର୍ଜୀ ନେହେରୁଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ। ରାଷ୍ଟ୍ରିୟ ସ୍ୱୟଂ ସେବକ ଗଠନର ସାହାଯ୍ୟରେ ସେ ୧୯୫୧ ମସିହାରେ ଭାରତୀୟ ଜନତା ପାର୍ଟିର ପୂର୍ବଭାରତୀୟ  ଜନ ସଂଗଠନ ପ୍ରତିଷ୍ଠା କରିଥିଲେ ବୋଲି ବକ୍ତବ୍ୟ ରଖିଥିଲେ l ଏଥି ସହିତ ସେ କହିଥିଲେ ଯେ କାଶ୍ମୀରକୁ ବାକି ଭାରତ ସହ ଯୋଡିବା କାରଣରୁ ଡକ୍ଟର ଶ୍ୟାମ ପ୍ରସାଦ ମୂଖାର୍ଜୀ ଶହୀଦ ହୋଇଥିଲେ। ଧାରା ୩୭୦ କୁ ଉଲ୍ଲଂଘନ କରି ତାଙ୍କୁ ୪୫ ଦିନ ପାଇଁ ଅଟକ ରଖାଯାଇଥିଲା l ଯେଉଁଥିରେ ଭାରତୀୟମାନେ କାଶ୍ମୀରରେ ପ୍ରବେଶ ପାଇଁ ଅନୁମତି ମାଗିଥିଲେ। ଜେଲରେ ତାଙ୍କର ମୃତ୍ୟୁ ଦେଶକୁ ଥରାଇ ଦେଇଥିଲା ଏବଂ ପରମିଟ୍ ସିଷ୍ଟମ୍ ଶେଷ ହୋଇଥିଲା l
ଅନ୍ୟ ମାନଙ୍କ ମଧ୍ୟରେ ପୌରାଧ୍ୟକ୍ଷା ସ୍ମିତା ରାଣୀ ମହାନ୍ତି, ସାଧାରଣ ସମ୍ପାଦକ ଲିଙ୍ଗରାଜ ଦଳବେହେରା, ଆଇନଜୀବୀ ରମେଶ ଚନ୍ଦ୍ର ମହାନ୍ତି, ଅଜିତ କୁମାର ପଟ୍ଟନାୟକ, ପରେଶ ମହାପାତ୍ର, ପ୍ରଣବ ନାୟକ, ତପନ ପାଢୀ, ସମିର ମହାପାତ୍ର, ଲୋକସଭା ମିଡିଆ ସମ୍ପାଦକ ଜଗନ୍ନାଥ ସାହୁ (ଟିକୁ ) ସମେତ ବହୁ ବିଜେପି କର୍ମୀ ଓ ନେତା ମାନେ ଉପସ୍ଥିତ ଥିଲେ l ଉକ୍ତ ସଭା କାର୍ଯ୍ୟକୁ ଲିଙ୍ଗରାଜ ଦଳବେହେରା ପରିଚାଲନା କରିଥିଲେ l

nis-ad
Leave A Reply

Your email address will not be published.