ରାସ୍ତା ଉପରେ ବିଦ୍ୟୁତ ଖୁଣ୍ଟ ଦେଖି ଅଟକିଗଲେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର…

ବ୍ରହ୍ମପୁର : ସିଦ୍ଧାନ୍ତ ମହାପାତ୍ରଙ୍କୁ କିଏ ବା ନଜାଣେ । ଚଳଚ୍ଚିତ୍ର ଜଗତରେ ବେଶ ନାଁ ହାସଲ କରିଥିବା ସିଦ୍ଧାନ୍ତ ଏବେ ରାଜନୀତିରେ ବେଶ ସକ୍ରିୟ ଅଛନ୍ତି । ବିଧାୟକ ଭାବେ ଲୋକପ୍ରିୟତା ହାସଲ କରିଛନ୍ତି ସିଦ୍ଧାନ୍ତ । ତେବେ ସିଦ୍ଧାନ୍ତ ଆଜି ରାସ୍ତାରେ ଯାଉଥିବା ସମୟରେ ହଠାତ ଅଟକି ପଡ଼ିଥିଲେ । ଅଟକିବାର କାରଣ ଜାଣିଲେ ଆପଣ ବି ତାଜୁବ ହୋଇଯିବେ ।

ରାସ୍ତା କାମ ସରିଛି, କିନ୍ତୁ ରାସ୍ତା ମଝିରେ ରହିଛି ବିଦ୍ୟୁତ ଖୁଣ୍ଟ । ଉକ୍ତ ରାସ୍ତାରେ କାରରେ ଯାଉଥିଲେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର । ଏଭଳି ବିଚିତ୍ର ଦୃଶ୍ୟ ଦେଖି ସିଦ୍ଧାନ୍ତ ନିଜ କାର ଅଟକାଇ ଥିଲେ । ଏପରି ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଚାଷନିମଖଣ୍ଡି ପଞ୍ଚାୟତର ସିନ୍ଧବା ଠାରୁ ପଦ୍ମପୁର ମୁଖ୍ୟ ରାସ୍ତାରେ ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ ଦେଖିବା ପରେ ବିଧାୟକ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଏବଂ ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ଏହା ସହ ରାମନଦୀ ଜଳ ଭଣ୍ଡାର ନିକଟରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ ସିଦ୍ଧାନ୍ତ । ଗସ୍ତ ସମୟରେ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.