ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ, ଉତ୍ଫୁଲିତ କେନ୍ଦୁଝରବାସୀ

କେନ୍ଦୁଝର; ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଜନ୍ମମାଟି କେନ୍ଦୁଝରରେ ପାଦ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭବ୍ୟ ସମ୍ବର୍ଦ୍ଧନା ସହ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି କେନ୍ଦୁଝରବାସୀ । ମନରେ ଭରି ରହିଛି ଅନେକ ଉତ୍କଣ୍ଠା ଓ ଉଦ୍ଦୀପନ । ନିଜ ମାଟିର ପୁଅକୁ ମୁଖ୍ୟମନ୍ତ୍ରୀ ଭାବେ ନିଜ ପାଖରେ ପାଇ ଖୁସି ମନାଉଛି କେନ୍ଦୁଝର ।

ହେଲିପ୍ୟାଡ ଯୋଗେ ଆଜି ସକାଳେ କେନ୍ଦୁଝରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପରେ ସେଠାରେ ଉପସ୍ଥିତ ଥିବା ଜନସମୁଦ୍ରକୁ ସାକ୍ଷାତ କରିବା ପରେ ଘଟଗାଁରେ ମା ତାରେଣୀଙ୍କୁ ଦର୍ଶନ କରିବା ପାଇଁ ନିଜ କାରକେଡ ସହ ଯାତ୍ରା କରୁଛନ୍ତି ମୋହନ ମାଝୀ । ଘଟଗାଁରେ ଏକ ରୋଡ ଶୋ ଯୋଗେ ମା’ଙ୍କ ଆଶିଷ ନେବାକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

nis-ad
Leave A Reply

Your email address will not be published.