ନୀତିକାନ୍ତିରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା

ମାଲକାନଗିରି, ୨୨।୬ : କୋଟି ଓଡିଆଙ୍କ ମଉଢ ମଣି ପ୍ରଭୁ ଜଗନ୍ନାଥଙ୍କ ଅନେକ ଲୀଳା ଖେଳା ରହିଛି । ମହା ପ୍ରଭୁଙ୍କ ଏହି ଲୀଳା ଖେଳା ମଧ୍ୟରୁ ଅନ୍ୟତମ ଅଟେ ସ୍ନାନ ପୁର୍ଣିମା ତଥା ଦେବା ସ୍ନାନ ପୁର୍ଣିମା । ଏହି ଅବସରରେ ଶ୍ରୀଜୀଉ ସ୍ନାନ କରିବା ପାଇଁ ମନ୍ଦିରରୁ ବାହାରି ସ୍ନାନ ମଣ୍ଡପକୁ ଯାଇଥାନ୍ତି । ତେବେ ଚାରି ଆଡେ ଏହି ଦେବ ସ୍ନାନ ପୁର୍ଣିମା ବେସ ଆଡମ୍ବର ସହକାରେ ପାଳିତ ହେଉଥିବା ବେଳେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ନାନପୂର୍ଣ୍ଣିମା ଉତ୍ସବ ଆଡମ୍ବର ସ‌ହକାରେ ପାଳିତ ହୋଇଯାଇଛି । ନିତୀ ନିର୍ଘଟଂ ଅନୁଯାଇ ଶନିବାର ଭୋର୍ ଠାକୁରଙ୍କ ମଙ୍ଗଳାର୍ପଣ ଓ ପୁଜା ରିତି ନିତୀପରେ ଡୋର ଲାଗି ହୋଇଥିଲା । ପରେ ପରେ ଜିଲ୍ଲା ସଦରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ରତ୍ନବେଦିରୁ ସ୍ନାନ ମଣ୍ଡପକୁ ଠାକୁରଙ୍କୁ ପହଣ୍ଡି ବିଜେ କରଯାଇଥିଲା । ମନ୍ଦିରର ମୁଖ୍ୟପୂଜକ ବିନାୟକସତପଥି, ସନ୍ତୋଷ ନନ୍ଦ ଚତୁର୍ଧାମୂର୍ତିଙ୍କ ନିତି କାନ୍ତି ଅନୁଯାୟୀ ପୂଜା ଵିଧି ସାରିବା ପରେ ସେବାୟତ, ପୁଜକ, ଦଇତାପତି ମାନେ ପ୍ରଭୁ ବଳଭଦ୍ର, ଜଗନ୍ନାଥ, ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କ ଚତୁଦ୍ଧ ମୂର୍ତିକୁ ପହଣ୍ଡି ବିଜେକରି ସ୍ନାନ ମଣ୍ଡପକୁ ଆଣି ସୁବାଷିତ ଜଳରେ ସ୍ନାନ କରାଯାଇ ମିଷ୍ଟାନ ଓ ବାଲ୍ୟଭୋଗ ଲଗା ଯାଇଥିଲା ।

ପରେ ପରେ ସର୍ବ ଭକ୍ତଙ୍କୁ ଗଜ ବେଶରେ ଦର୍ଶନ ଦେଇଥିଲେ ତିନିଠାକୁର । ଏହି ଦେବସ୍ନାନ ଦର୍ଶନ ପାଇଁ ସ୍ନାନ ମଣ୍ଡପରେ ଭକ୍ତଙ୍କ ଭିଡ ଲାଗିଥିଲା, ଠାକୁରଙ୍କ ଦର୍ଶନପରେ ଅଧରପଣା ପାଇବା ପାଇଁ ଭକ୍ତ ମାନେ ବ୍ୟାକୁଳ ହୋଇଉଠିଥିଲେ । ପୁଜାକମିଟି ପକ୍ଷରୁ ସମସ୍ତ ଭକ୍ତଙ୍କୁ ପ୍ରସାଦ ଓ ଅଧରପଣା ଦିଆଯାଇଥିଲା । ତନିଠାକୁର ଙ୍କ ରତିନିତି ସରିଲାପରେ ଅପରାହ୍ନରେ ପୂଜକ ଓ ଦଇତାପତି ମାନେ ଅଣସର ଘରକୁ ଶ୍ରୀ ଜୀଉଙ୍କୁ ପାଛୋଟି ନେଇଯାଇ ସେଠାରେ ବିଧିବିଧାନ ଅନୁସାରେ ଚତୁର୍ଦ୍ଧାମୂର୍ତିଙ୍କୁ ସ୍ଥାପନ କରିଥିଲେ । ଦିନତମାମ ମନ୍ଦିର ପରିଷର ଓ ସ୍ନାନ ମଣ୍ଡପନିକଟରେ ଜୟବଜରଙ୍ଗ କିର୍ତନଦଳ ଙ୍କ ପକ୍ଷରୁ ସଂଙ୍କିର୍ତନ ଓ ଭଜନ ସମାରୋହ ର ଆୟୋଜନ କରାଯାଇଥିଲା । ଜିଲ୍ଲାର ମୋଟୁ, କାଲିମେଳା, ଏମଭି୭୯, ପଡିଆ, ମାଥିଲି, ଗୋବିନ୍ଦପାଲି, ବାଲିମେଳା, ଚିତ୍ରକୋଣ୍ଡା ଠାରେ ଥିବା ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ମଧ୍ୟ ଏହି ଦେବସ୍ନାନ ପୂର୍ଣମା ନୀତି କାନ୍ତି ଅନୁଯାୟୀ ପାଳିତ ହୋଇଯାଇଛି ।

nis-ad
Leave A Reply

Your email address will not be published.