ନାବାଳିକାଙ୍କୁ ଅପହରଣ ଘଟଣା ଯୁବକ ଗିରଫ

ହିଞ୍ଜିଳିକାଟୁ : ଗାଁ ଯାତ୍ରାରେ ବୁଲୁଥିବା ବେଳେ ବିବାହର ପ୍ରଲୋଭନ ଦେଖାଇ ଜୈନିକା ନାବାଳିକାଙ୍କୁ ଜଣେ ଯୁବକ ଅପହରଣ କରି ନେଇଥିଲେ। ଘଟଣାର ୪ ଦିନ ପରେ ପାଟପୁର ପୁଲିସ ସଂପୃକ୍ତା ନାବାଳିକାକୁ ଉଦ୍ଧାର କରିବା ସହ ଅପହରଣକାରୀ ଯୁବକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ଯୁବକ ଜଣଙ୍କ ହେଲେ ଶେରଗଡ ଥାନା ଗୋବିନ୍ଦପୁର ଗ୍ରାମର କାହ୍ନୁ ବିଷୋୟୀ। ଏ ନେଇ ପାଟପୁର ଥାନା କେସ ନଂ – ୩୪୮/୨୪ ରେ ଏକ ମାମଲା ରୁଜୁ କରି ଶନିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସିଙ୍କ ସୂତ୍ରରୁ ପ୍ରକାଶ।‌ ପ୍ରକାଶ ଯେ, ଗତ ୧୭ ତାରିଖ ଦିନ କାହ୍ନୁ ପାଟପୁର ଗ୍ରାମକୁ ଯାତ୍ରା ଦେଖିବାକୁ ଯାଇଥିଲେ। ଯାତ୍ରାରେ ପାଟପୁର ଥାନା ଅଞ୍ଚଳର ଜୈନିକା ନାବାଳିକାଙ୍କୁ ଏକୁଟିଆ ପାଇ ପ୍ରେମ ଜାଲରେ ଫସାଇବା ସହ ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଅପହରଣ କରି ନେଇଥିଲେ। ନାବାଳିକା ଜଣଙ୍କ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଝିଅକୁ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ମିଳିନଥିଲା।‌ ନିଖୋଜ ଘଟଣା ନେଇ ନାବାଳିକାଙ୍କ ପରିବାର ଲୋକେ ପାଟପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ପାଟପୁର ଥାନା କେସ ନଂ – ୩୪୮/୨୪ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା। ଶୁକ୍ରବାର ଅପରାହ୍ନରେ ନାବାଳିକା ଓ ଅପହରଣକାରୀ ଯୁବକ ଦୁହେଁ ହିଞ୍ଜିଳି ଥାନା ଶ୍ୟାମଳାଇ ଛକ ନିକଟରେ ଥିବା କୈାଣସି ସୂତ୍ରରୁ ଖବର ପାଇ ପାଟପୁର ପୁଲିସ ଚଢ଼ାଉ କରି ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀ ଯୁବକଙ୍କୁ ଗିରଫ କରିଥିଲା। ପ୍ରକାଶ ଥାଉକି, ଅପହରଣକାରୀ ଯୁବକ ଜଣଙ୍କ ବିବାହିତ ଅଟନ୍ତି।‌

nis-ad
Leave A Reply

Your email address will not be published.