ଛତ୍ରପୁର ବ୍ଲକର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ପବିତ୍ର ଦେବସ୍ନାନ ପୁର୍ଣିମା ପାଳିତ

ଛତ୍ରପୁର ସହର ସମେତ ବ୍ଲକ ର ବିଭିନ୍ନ ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିର ମାନଙ୍କରେ ଦେବସ୍ନାନ ପୁର୍ଣିମା ମହା ଆଡମ୍ଭର ସହକାରେ ପାଳିତ ହୋଇଯାଇଛି l ଶନିବାର ଛତ୍ରପୁର ସହର ତାଡେ଼ପଲ୍ଲୀ ସାହି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀ ଜୀଉ ଙ୍କୁ ରିତିନୀତି ଅନୁଯାୟୀ ପୂଜାର୍ଚନା କରାଯାଇଥିଲା l ତା ପରେ ସେବାୟତ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା କୁ ପହଣ୍ଡି କରି ରତ୍ନ ବେଦି ରୁ ସ୍ନାନ ମଣ୍ଡପ କୁ ଆଣିଥିଲେ l ସେଠାରେ ୧୦୮ କଳସ ସୁବାସିତ ଜଳରେ ଶ୍ରୀ ଜୀଉ ଙ୍କୁ ସ୍ନାନ କରାଯାଇଥିଲା l ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଏହି ଯାତ୍ରା ଦେଖିବା ପାଇଁ ମନ୍ଦିର ପରିସରରେ ବହୁ ଶ୍ରଦ୍ଧାଳୁ ଭିଡ଼ ଜମାଇଥିଲେ l ଶ୍ରୀ ଜିଉଙ୍କୁ ଦର୍ଶନ କରିଥିଲେ l ସେହିପରି ବିପୁଳିଙ୍ଗି ସ୍ଥିତ ଜଗନ୍ନାଥ ମନ୍ଦିର ସମେତ ଛତ୍ରପୁର ବ୍ଲକର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦେବସ୍ନାନ ପୁର୍ଣିମା ପାଳିତ ହୋଇଯାଇଛି l

nis-ad
Leave A Reply

Your email address will not be published.