ଆରଏସଏସ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଫୁଲବାଣୀ : ଫୁଲବାଣୀ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପରିଚାଳକ ରମେଶ ଚନ୍ଦ୍ର ସାହୁଙ୍କ ତତ୍ତ୍ଵାବଧାନରେ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଯୋଗର ଯୁବ ମନ ଏବଂ ଶରୀର ଉପରେ ଗଭୀର ପ୍ରଭାବକୁ ସୂଚିତ କରେ l ଯୋଗ ଅଭ୍ୟାସରେ ହଜାର ହଜାର ଲୋକଙ୍କୁ ଏକତ୍ରିତ କରିବା, ବିଶ୍ୱ ସ୍ତରରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ଏହି ଦିବସର ଲକ୍ଷ୍ୟ l ଯୋଗ ମାଧ୍ୟମରେ ଭାରତରେ ‘
ବସୁଧୈବକୁଟୁମ୍ବକମ୍’ର ବାର୍ତ୍ତା ଜଗତକୁ ପହଞ୍ଚାଇଛି ବୋଲି ସଂଘ ପକ୍ଷରୁ କୁହାଯାଇଛି l ଏହି କାର୍ଯ୍ୟକ୍ରମରେ ଶଙ୍କର ବେହେରା, କୁନୁ ଭୋଇ, ଗୋବିନ୍ଦ ନାୟକ,ଟି ଶିବ ଶଙ୍କର ପାତ୍ର,ଅରୁଣ ପଣ୍ଡାଙ୍କ ସମେତ ବହୁ ସଂଘ ସଦସ୍ୟ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.