ବିଶ୍ବ ଯୋଗ ଦିବସ ପାଳିତ

ଛତ୍ରପୁର : ଛତ୍ରପୁର ଶ୍ରୀରାମନଗର ସ୍ଥିତ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ପରିସରରେ ବିଶ୍ବ ଯୋଗ ଦିବସ ପାଳିତ ହୋଇଯାଇଛି। ଶିଶୁ ମନ୍ଦିରର ଶିଶୁ ଓ ଆଚାର୍ଯ୍ୟ, ଅଚାର୍ଯ୍ୟାଗଣ ସାମୂହିକ ଯୋଗ କ୍ରିୟା କରି ଯୋଗର ମହତ୍ତ୍ୱ କୁ ଉପଲବ୍ଧି କରିଥିଲେ । ବର୍ତ୍ତମାନ ପରିସ୍ଥିତିରେ ଯୋଗାସନ ଓ ପ୍ରାଣାୟାମ ର ଆବଶ୍ୟକତା ଓ ଏହାର ଲାଭପ୍ରଦ ଉପରେ ଉପକାରିତା ସମ୍ପର୍କରେ ପ୍ରଧାନାଚାର୍ଯ୍ଯ ଶ୍ରୀ ରବୀନ୍ଦ୍ରନାଥ ଦାଶ ମାର୍ଗଦର୍ଶନ କରିଥିଲେ । ଶାରୀରିକ ଶିକ୍ଷକ ଚତୁର୍ଭୁଜ ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ଯୋଗ ଓ ପ୍ରାଣାୟାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଏନ୍.ସି.ସି. ସ୍କାଉଟ, ଗାଇଡ୍ସ ଶିଶୁମାନଙ୍କ ସହିତ ପରିଚାଳନା କମିଟୀ ର ସମସ୍ତ ସଦସ୍ଯ ଓ ମାତୃଭାରତୀ ଓ ସମସ୍ତ ଆଚାର୍ଯ୍ଯ ଆଚାର୍ଯ୍ଯା ଯୋଗଦେଇଥିଲେ ।

nis-ad
Leave A Reply

Your email address will not be published.