ପୋଡ଼ଙ୍ଗିରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ : ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ ପ୍ରକାରେ ହିଞ୍ଜିଳିକାଟୁ ବ୍ଳକ ପୋଡ଼ଙ୍ଗି ବିଦ୍ୟାଳୟରେ ଗୁରୁବାର ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବୁରୁପଡା ସରପଞ୍ଚ ସନ୍ତୋଷୀ ବେହେରା, ପ୍ରଧାନ ଶିକ୍ଷକ ପ୍ରଭାତ ନାୟକ, ପ୍ରମୋଦ କୁମାର ସାହୁ, ଶିବ ପ୍ରସାଦ ପଣ୍ଡା ସନ୍ଧ୍ୟା ରାଣୀ ସାହୁ, କେ. ପ୍ରମିଳା କୁମାରୀ, ନିବେଦିତା ପାଢ଼ୀ, ରିତାଞ୍ଜଳୀ ସେଠୀ, ମନୀଷା ମିଶ୍ର, ସରିତା ଦେବୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ମଧୁସ୍ମିତା ସାହୁ, ମହିଳା ସ୍ୱାସ୍ଥ୍ୟ କର୍ମୀ ଇତିଶ୍ରୀ ମଲ୍ଲିକ, ସସ୍ମିତା ଦାସ, ସୁନିତା ବେହେରା, ଅନିଲ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଶିଶୁ ମାନଙ୍କ ସାମଗ୍ରୀକ ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବା ଆବଶ୍ୟକ ରହିଛି । ଶିଶୁ ମାନଙ୍କର ବଂଚିବାର ଅଧିକାର, ବିକାଶ ର ଅଧିକାର, ସୁରକ୍ଷା ର ଅଧିକାର ଏବଂ ସହଭାଗିତା ରେ ମଧ୍ୟ ସମାନ ଅଧିକାର ରହିଛି । ବର୍ତ୍ତମାନ ପ୍ରତ୍ୟେକ ଗ୍ରାମରେ ଶିଶୁ ମାନେ ଅସୁରକ୍ଷିତ ରହିଥିବାରୁ ସେମାନଙ୍କ ଯତ୍ନ ଓ ସୁରକ୍ଷା ପାଇଁ ଏହି ଶିଶୁ ପାଇଁ ଦିନଟିଏ ପାଳନ କରାଯାଉଛି । ଆମ ଅଞ୍ଚଳର ଶିଶୁ ମାନଙ୍କ ବାଲ୍ୟ ବିବାହ ହେଉ କିମ୍ବା ଶିଶୁ ଶ୍ରମିକ, ସେ ଅଧାରୁ ପାଠ ଛାଡିବା ହେଉ କେଉଁଠି ଦାଦନ ଖଟିବା କୁ ହେଉ, ଯେଉଁ ସ୍ଥାନରେ ଶିଶୁ ଅସୁରକ୍ଷିତ ମାନେ କରିଛି ସେହି ଶିଶୁ ମାନଙ୍କୁ ସୁରକ୍ଷା ଦେବା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ, ଜନ ପ୍ରତିନିଧି,ଶିକ୍ଷା ବିଭାଗୀୟ ଅଧିକାରୀ, ସ୍ୱୟଂ ସହାୟକ ଦଳ, ଯୁବକ ସଂଘ, କିଶୋରୀ ବାଳିକା ପଞ୍ଚାୟତ ମହାସଂଘ, ସ୍ୱାସ୍ଥ୍ୟ କର୍ମୀ ଅଙ୍ଗନବାଡି, ଆଶା,ସମସ୍ତେ ମିଳି ମିଶି ଶିଶୁ ମାନଙ୍କ ବିରୁଦ୍ଧରେ ହେଉଥିବା ଅନ୍ୟାୟ ଏବଂ କ୍ଷୁର୍ଣ୍ଣ ହେଉଥିବା ଅଧିକାରକୁ ସୁରକ୍ଷା ଦେବା ହେଉଛି ଏହାର ମୂଳ ଲକ୍ଷ୍ୟ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଅଙ୍ଗନବାଡି କର୍ମୀ ଗୀତାଞ୍ଜଳି ପାଢ଼ୀ, ସଂଯୋଜନାରେ ଅଙ୍ଗନୱାଡି କର୍ମୀ ଆଶା କର୍ମୀ,ସ୍ୱୟଂ ସହାୟକ ଗୋଷ୍ଠି,କିଶୋରୀ ବାଳିକା ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.