ପୁରୁଷୋତ୍ତମପୁର ର ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା : ଏକ ସପ୍ତାହ ହେଲାପରେ ବି ଅଭିଯୁକ୍ତ କୁ ଗିରଫ କରୁନି ପୋଲିସ…

ଅଭିଯୁକ୍ତ କେଉଁଠି ଅଛି ଖବର ଦିଅ ଆମେ ଧରିବୁ – ପୋଲିସ…..!

ବ୍ରହ୍ମପୁର:୨O-୬ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମ ପୁର ଥାନା ଇଲାକାରେ ସାମ୍ବାଦିକ ମଧ୍ୟ ସୁରକ୍ଷିତ ନାହାନ୍ତି।ପୁରୁଷୋତ୍ତମ ପୁର ଥାନା ଅନ୍ତର୍ଗତ ଅରଖପୁର ଗ୍ରାମର ସାମ୍ବାଦିକ ଗୌରାଙ୍ଗ ସେଠିଙ୍କୁ ମରଣାନ୍ତକ ଆକ୍ରମଣ ହେବାପରେ ଏକ ସପ୍ତାହ ହେଲା ବ୍ରହ୍ମପୁର ଏମ.କେ. ସିଜି ମେଡିକାଲ ରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି।ଗତ ୧୧ ତାରିଖ ଦିନ ଗୌରାଙ୍ଗ ସେଠି ପୁରୁଷୋତ୍ତମପୁର ବ୍ଲକରୁ ନିଜ ଗ୍ରାମ ଅରଖ ପୁର ଗ୍ରାମକୁ ବାଇକ ଯୋଗେ ଯାଉଥିବା ବେଳେ ରାଣୀଗାଁ ନିକଟରେ ଦୁଇଟି ବାଇକ ରେ ପାଞ୍ଚଜଣ ବ୍ୟକ୍ତି ଆସି ଗାଡ଼ିକୁ ଅଟକାଇ ଥିଲେ। ଅରଖ ପୁର ଗାଁ ର କୈଳାସ ପଣ୍ଡା ବାଇକରୁ ଓହ୍ଲାଇ ଅସଭ୍ୟ ଭାଷାରେ ଗାଲୁଗୁଲଜ କରି ସାଙ୍ଗରେ ଆସିଥିବା ଅନ୍ୟ ଚାରି ଜଣଙ୍କୁ ମାଡ଼ ମାରି ଗୋଡ଼ ହାତ ଭଙ୍ଗିବା କୁ ନିର୍ଦ୍ଧେଶ ଦେଇ କୈଳାସ ପଣ୍ଡା ମଧ୍ୟ ମାଡ଼ ମାରିଥିଲେ। ଗୌରାଙ୍ଗ ପ୍ରାଣ ବିକଳରେ ଦୌଡିବା ବେଳେ ତାଙ୍କର ମୋବାଇଲ ନେଇ ଚାଲି ଯାଇଥିଲେ। ଗୁରୁତର ଆହତ ଅବସ୍ଥାରେ କିଛି ଲୋକେ ତାଙ୍କୁ ପୁରୁଷୋତ୍ତମପୁର ଡାକ୍ତର ଖାନା କୁ ଆମ୍ବୁଲାନ୍ସ ଯୋଗେ ନେଇଥିଲେ। ତାଙ୍କ ଗୋଡ଼ ହାତ ରେ ଗୁରୁତର ଆଘାତ ଲାଗିଥିବା ଯୋଗୁଁ ତାଙ୍କୁ ବ୍ରହ୍ମପୁର ଡାକ୍ତର ଖାନାକୁ ପଠାଯାଇଥିଲା। ଏନେଇ ପୁରୁଷୋତ୍ତମ ପୁର ଥାନା ରେ ଗୌରାଙ୍ଗ ସେଠି ଏତଲା ଦେଇଥିଲେ। ଘଟଣା ଘଟିବାର ଏକ ସପ୍ତାହ ହୋଇଥିଲେ ବି ପୋଲିସ ୩୮୮/୨୪ ଏକ ମାମଲା ରୁଜୁ କରି ଦଫା ୩୪୧, ୨୯୪,୩୨୩,୩୦୭,୩୭୯ ଓ ୩୪ ଆଇପିସି ରେ କେଶ ରୁଜୁ କରିଛି।କୁଆଡ଼େ ଏତଲା କାରି ଅଭିଯୁକ୍ତ କେବେ ଗିରଫ ହେବେ ବାବୁଙ୍କୁ ପଚାରିବାରୁ ବାବୁ କହୁଛନ୍ତି, ଅଭିଯୁକ୍ତ କେଉଁଠି ଅଛି ଖବର ଦିଅ ଆମେ ଧରିବୁ ବୋଲି। ବାଃ ବାଃ ରେ ପୋଲିସ ବାବୁ ମାଡ଼ ଖାଇଥିବା ବ୍ୟକ୍ତି ଯଦି ଅଭିଯୁକ୍ତ ର ଖୋଜ ଖବର ରଖିବ ତାହା ହେଲେ ପୋଲିସ କରୁଛି କଣ ଓ ଗଞ୍ଜାମ ଜିଲ୍ଲାରେ ଏ କି ଶାସନ ବ୍ୟବସ୍ଥା ବୋଲି ଲୋକେ କହୁଛନ୍ତି। ଜଣେ ସାମ୍ବାଦିକର ଯଦି ଏପରି ଅବସ୍ଥା ତାହା ହେଲେ ସାଧାରଣରେ ଜନତା ର କି ଅବସ୍ଥା ହେଉଥିବ ଥାନା କୁ ଯାଇ ତାହା ଏଠାରୁ ପ୍ରମାଣିତ ହେଉଛି।ଗଞ୍ଜାମ ଜିଲ୍ଲାରେ ବହୁ ଥାନାରେ ଏଭଳି ଅବସ୍ଥା ଦୀର୍ଘ ଦିନ ହେଲା ଲାଗି ରହିଛି।ଏହି ଘଟଣା ସମ୍ପର୍କ ରେ ଥାନା ବାବୁ ଙ୍କୁ ପଚାରିବାରୁ ବାବୁ କହିଥିଲେ ଆମେ କେଶ କରିଛୁ।ତଦନ୍ତ ଚାଲିଛି ବୋଲି କହି ଘଟଣା କୁ ଅତି ହାଲୁକା ଭାବେ ନେଇଥିବା ଭଳି ମନେ ହେଉଛି। ଏହି ଘଟଣା କୁ ଗଞ୍ଜାମ ପୋଲିସ ଆରକ୍ଷୀ ଅଧିକ୍ଷକ ତଦନ୍ତ କରି ମାଫିଆ ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟନୁଷ୍ଠାନ କରିବା କୁ ସାମ୍ବାଦିକ ମାନେ ଦାବୀ କରିଛନ୍ତି।

nis-ad
Leave A Reply

Your email address will not be published.