ମ୍ୟାଲେରିଆ ନିରାକରଣ ନିମନ୍ତେ “ଆଇ.ଆର.ଏସ୍. ଅଭିଯାନ”ର ପ୍ରସ୍ତୁତି

ଫୁଲବାଣୀ : ମ୍ୟାଲେରିଆ ସଂକ୍ରମଣ ଏକ ସାଧାରଣ ସମସ୍ୟା ଯାହାକି ସମାଜ ରେ ଗରିବ ପରିବାରର ଆର୍ଥିକ ସ୍ଥିତିକୁ ବିଗାଡିବା ରେ ମୂଖ୍ୟ ଭୂମିକା ନେଇଥାଏ । ସେଥିମଧ୍ୟରୁ ଯଦି କନ୍ଧମାଳା ଜିଲ୍ଲା କଥା ଚିନ୍ତାକରିବା ତେବେ ଶିକ୍ଷା ରେ ଅନଗ୍ରଶର ହୋଇଥିବା ରୁ ଜନ ସାଧାରଣଙ୍କ ନିକଟରେ ସଚେତନତାର ଅଭାବ ମ୍ୟାଲେରିଆ ସଂକ୍ରମଣକୁ ବଢାଉଥିବା ଲକ୍ଷକରାଯାଏ । ସେଥି ନିମନ୍ତେ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରି ହେଉଥିବା ବେଳେ ଆଇ.ଆର.ଏସ୍ ଅଭିଜାନ ଏକ ମୂଖ୍ୟ ଭୂମିକା ନେଇଥାଏ ।ଏହି ପରିପ୍ରେକ୍ଷିରେ ଜିଲ୍ଲା ଅଣଶଂକ୍ରାମକ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଓ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀଙ୍କ ମିଳିତ ଉଦ୍ୟମରେ ଗ୍ରାମ୍ୟ ସ୍ତରର କର୍ମୀ ମାନଙ୍କୁ ଚୟନ କରି ବନ୍ଧଗଡ ସ୍ଥିତ ତାଲିମ ଓ ସମ୍ବଳ କେନ୍ଦ୍ର ଠାରେ ଏକ ଦିନିକିଆ ତାଲିମ ଆୟୋଜିତ ହୋଇଯାଇଛି । ଏଥିରେ ମ୍ୟାଲେରିଆ ସଂକ୍ରମିତ ଗ୍ରାମ ଗୁଡିକରେ ଶତ ପ୍ରତିଶତ ଘରେ କିପରି ଔଷଧ ସିଂଚନ କରି ସଂକ୍ରମଣକୁ ଦୂର କରିହେବ ତାହା ଲକ୍ଷ୍ୟ ରଖାଯାଇଛି ।

କାର୍ଯ୍ୟକ୍ରମରେ ଭି.ବି.ଡି.ଟି.ଏସ୍. କୁମୁଦ ଚନ୍ଦ୍ର ସାହୁ ଉପସ୍ଥିତ ରହି ଗାଁଗହଳି ରେ କିପରି ଲୋକମାନଙ୍କୁ ବୁଝାସୁଝା କରି ମାଲେରିଆ ବ୍ୟାପୁଥିବା ଗ୍ରାମ ଗୁଡିକରେ ଡି.ଡି.ଟି ସ୍ପ୍ରେ ସମ୍ପୁର୍ଣ୍ଣ ଭାବେ ହୋଇପାରିବ ସେଥିପ୍ରତି ଯତ୍ନବାନ ହେବାକୁ କହିବା ସହ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ତତ୍ ସହିତ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ଏମ୍.ଟି.ଏସ୍. ସନତ କୁମାର ମହାପାତ୍ର ପ୍ରଦର୍ଶନୀ ଓ ଭାଷଣ ମାଧ୍ୟମରେ ସମସ୍ତ କର୍ମୀ ମାନଙ୍କୁ ସ୍ପେ ମେସିନର ବ୍ୟବହାର, ଔଷଧ ଓ ପାଣି ମିଶ୍ରଣ ର ପରିମାଣ ଏବଂ ସିଂଚନ ସମୟର ସାବଧାନତା ସମ୍ପର୍କ ରେ ବୁଝାଇଥିଲେ । ତାଲିମରେ ଫିରିଙ୍ଗିଆ, କ.ନୁଆଗାଁ ଓ ବାରଖମା ରୁ ୨୫ ରୁ ଅଧିକ କ୍ଷେତ୍ର କର୍ମୀ ଉପସ୍ଥିତ ରହି ତାଲିମ ନେଇଥିବା ବେଳେ ଅନୁଷ୍ଠାନ ତରଫରୁ ବରିଷ୍ଠ କର୍ମୀ ବିଶ୍ୱରଞନ କର ପରିଚାଳନା କରିଥିଲେ । ଅନୁଷ୍ଠାନ ର ସମ୍ପାଦକ ହରି ଶଙ୍କର ରାଉତ ମାଲେରିଆ କୁ ଦମନ କରିବା ପାଇଁ ନିଆଯାଇଥିବା ଏଭଳି ପଦକ୍ଷେପକୁ ସ୍ୱାଗତ କରିବା ସହ ସମସ୍ତେ ଧ୍ୟାନ ର ସହ କାର୍ଯ୍ୟ ସମ୍ପାଦନ କରି ମାଲେରିଆ ମୁକ୍ତ ଜିଲ୍ଲା ଗଠନରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ ।

nis-ad
Leave A Reply

Your email address will not be published.