ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଭୟଭୀତ ଗ୍ରାମବାସୀ : ପୁରୁଷ ଶୂନ୍ୟ ହାତୀବେନା ଗାଁ

ଉମରକୋଟ : କଥାରେ ଅଛି “ଘର ଆମର ମାଲିକାଣି ଅନ୍ୟର ” । ପ୍ରକୃତ ସେଟଲର ପଟ୍ଟାଧାରୀ ବ୍ୟକ୍ତି ଜେଲ ହାଜତରେ ଆଉ ଅନସେଟଲର ଅନୁପ୍ରବେଶ କାରୀ ଯାହାର କିଛିବି ପ୍ରମାଣ ପତ୍ର ନାହିଁ ବାହାରେ ଖୁଲାମ ଖୁଲା ଦାଦାଗିରି କରି ବୁଲୁଛି। ପୋଲିସ ପ୍ରଶାସନ ଆଇନର ରକ୍ଷକ ହୋଇ ପକ୍ଷପାତ ନକରି ସମସ୍ତଙ୍କୁ ସମାନ ଆଖିରେ ଦେଖିବା କଥା, ହେଲେ ଏଠାରେ ତାହା ସମ୍ପୂର୍ଣ୍ଣ ଅଲଗା । ଘଟଣା ପ୍ରକାରେ ଗତ ୧୪ ତାରିଖ ଦିନ କୁମଲି ଡିଏନକେ ଗ୍ରାମର ଦୁଇଜଣ ମହିଳା ତୃପ୍ତି ବିଶ୍ୱାସ (ସ୍ୱାମୀ ପୁଟିରାମ ବିଶ୍ୱାସ) ଓ ସରୋଜି ସରକାର (ସ୍ୱାମୀ ପ୍ରଶାନ୍ତ ସରକାର) ଆନୁମାନିକ ଦୁଇଟା ସମୟରେ ହାତୀବେନା ଡିଏନକେ ଗ୍ରାମର ସାହିରେ ବୁଲି ବୁଲି ଅଭଦ୍ର ଭାଷାରେ ହାତୀବେନା ଗ୍ରାମର ମହିଳା ଓ ପୁରଷଙ୍କ ଗାଳି ଗୁଲଜ କରୁଥିବା ଦେଖିବାକୁ ମିଳିଥିଲା | ଏହି ତୃପ୍ତି ବିଶ୍ୱାସ ଓ ସରୋଜି ସରକାର ଦୁଇ ଭଉଣୀ ଏବଂ ଏମାନଙ୍କର ପିତା ଜଣେ ଜଣେ ଅନୁପ୍ରବେଶକାରୀ । ସରୋଜି ସରକାର ମଧ୍ୟ ଅନସେଟଲର ଵାଲାକୁ ବିବାହ କରିଛନ୍ତି। ହାତୀବେନା ଗ୍ରାମର ସେଟଲର ଓ ଅନସେଟଲର ବାଲାଙ୍କୁ ଜମି ଜମାକୁ ନେଇ ବର୍ଷେ ଉପରେ ହେବ ଗୋଷ୍ଠୀ କନ୍ଦଳ ଲାଗି ରହିଥିଲା । ଗତ ୧୨ ତାରିଖରେ ଉଭୟ ପକ୍ଷ ଗୋଷ୍ଠୀ କନ୍ଦଳ କରି ରାଇଘର ଥାନାରେ ଆସି କେସ କରିଥିଲେ ଏବଂ ରାଇଘର ଥାନା ଅଧିକାରୀ ଦୁଇ ପକ୍ଷର କେସ କୁ ଗୁରୁତ୍ୱର ସହିତ ନେଇ କେସ ରେଜିଷ୍ଟ୍ରସନ କରିଥିଲେ । ୧୪ ତାରିଖ ଦିନ ତୃପ୍ତି ଓ ସରୋଜି ଯୋଉଁ ଅଭଦ୍ର ଭାଷାରେ ଗାଳିଗୁଲଜ କରି ସାହି ସାହି ବୁଲୁଥିଲେ ସେ ସବୁ ଭାଷା ଅତ୍ୟନ୍ତ ଅଶ୍ରାବ୍ୟ ଥିଲା |

କାହିଁକି ଏହି ଭଳି ଅଭଦ୍ର ଭାଷା ପ୍ରୟୋଗ କରୁଛ କହି ହାତୀବେନାର ଗ୍ରାମର ମହିଳା ମାନେ ତୃପ୍ତି ଓ ସରୋଜିକୁ ପଚାରିବାରୁ ତୃପ୍ତି ବିଶ୍ୱାସ କହିଲେ ମୁଁ ଥାନାର ଏଏସଆଇ ଘରେ ରୋଷେଇ କରୁଛି ତୁମ ସମସ୍ତଙ୍କୁ ଦେଖେଇ ଦେବି | ଏଥିରେ ଉତକ୍ଷିପ୍ତ ହୋଇ ହାତୀବେନାର ମହିଳାମାନେ ଏହାକୁ ଧର ଓ ପୋଲିସ ପ୍ରଶାସନକୁ ଖବର ଦିଅ କହିବାରୁ ଅନସେଟଲର ଵାଲା ଉଭୟ ପୁରୁଷ ଓ ମହିଳା ସମବେତ ହୋଇ ପୁଣି ଆଉ ଏକ ଗୋଷ୍ଠୀ କନ୍ଦଳର ସୂତ୍ରପାତ ହୋଇଥିଲା |

ଏହି କନ୍ଦଳ ଏତେ ଉଗ୍ର ରୂପ ଧାରଣ କଲା ତାହା ନ ଦେଖିଲେ କେହି ବିଶ୍ୱାସ କରି ପାରିବ ନାହିଁ। ଉଭୟ ପକ୍ଷର ଲୋକ ମାନେ ଆହତ ହୋଇ ରାଇଘର ପ୍ରାଥମିକ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବାରୁ ପୁଣି ରାଇଘର ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ଉଭୟ ପକ୍ଷ ଯୁକ୍ତି ତର୍କରେ ରଣକ୍ଷେତ୍ର ପାଲଟିଥିଲା। ଏହି ଖବର ରାଇଘର ଥାନାରେ ପହଞ୍ଚିବାରୁ କାଳ ବିଳମ୍ବ ନ କରି ପୋଲିସ ପ୍ରଶାସନ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଗୋଷ୍ଠୀ କନ୍ଦଳକୁ ଆୟତ କରି ଓ ଉଭୟ ପକ୍ଷର ରିପୋର୍ଟକୁ ଭିତ୍ତି କରି ସେଟଲର ନିରୀହ ୯ ଜଣଙ୍କୁ ଓ ଅନସେଟଲର ମାନଙ୍କ ୪ ଜଣକୁ ଗିରଫ କରି ଅନସେଟଲର ଵାଲାଙ୍କୁ ୧୮୭/୨୪ ଓ ସେଟଲର ନିରୀହ ୯ ଜଣଙ୍କ ନାମରେ ୨୪୭, ୧୪୮, ୪୫୨, ୩୨୫, ୩୫୪, ୩୦୭, ୧୪୯, ରେ କେସ ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି।

ଉଲ୍ଲେଖ ଥାଉ ଅନସେଟଲର ଓ ସେଟଲର ଵାଲା ମାନଙ୍କର ମୁଖ୍ୟ ପ୍ରକୃତ ଦୋଷୀ ମାନେ ଫେରାର ଅଛନ୍ତି | ସେମାନଙ୍କୁ ଗିରଫ କରିବାକୁ ଆଜିକୁ ୪ ଦିନ ବିତିଗଲା କିନ୍ତୁ ପୋଲିସର ହାତ ଖାଲି। ଅନ୍ୟପଟେ ୧୪/୦୬/୨୦୨୪ ରିଖ ରାତିରେ ଥାନା ସନ୍ମୁଖରେ ଅନସେଟଲର ଵାଲାମାନଙ୍କ ମାରଣାସ୍ତ୍ର ଥିବା ଅମିନି ଗାଡି ଯାହାର ନମ୍ବର OR 24A 9244 କୁ ସ୍ଥାନୀୟ ଜନ ସାଧାରଣ ପୋଲିସ ପ୍ରଶାସନକୁ ପ୍ରମାଣ ରଖି ଧରାଇ ଦେଲା କିନ୍ତୁ ଅନସେଟଲର ଵାଲା ମାନଙ୍କଠୁ ମୋଟା ଅଙ୍କର ଲାଞ୍ଚ ଖାଇ ଜାଣି ଜାଣି ରାତିରେ ପୋଲିସ ଅମିନି ଗାଡିକୁ ଛାଡି ଦେବା ଓ ଗାଡ଼ିରେ ଥିବା ମାରଣାସ୍ତ୍ର ପ୍ରମାଣକୁ ନଷ୍ଟ କରିବା ନେଇ ପୋଲିସ ପ୍ରଶାସନ ଉପରକୁ ଅଙ୍ଗୁଳି ଉଠାଇଛନ୍ତି ସାଧାରଣ ଜନତା | ଛାଡିଥିବା ଅମିନି ଗାଡିଟିକୁ ମଧ୍ୟ ପୋଲିସ ଜବତ କରି ପାରି ନାହାନ୍ତି। ଅନସେଟଲର ଵାଲା ମାନଙ୍କର ମୁଖ୍ୟ ଉସକାଉଥିବା ଖଳନାୟକ ଶ୍ୟାମଳ ମଲ୍ଲିକ ( ଲାଟଟୁ ) ରାଇଘର,ଗବିନ୍ଦ ମଣ୍ଡଳ,ଶରତ ମଲ୍ଲିକ, ପ୍ରଭାସ ଶିକଦାର, ଜୀବନ ଶିକଦାର, ପ୍ରଶାନ୍ତ ସରକାର ଓ ଅନ୍ୟ ପ୍ରମୁଖ ଅନସେଟଲର ହାତୀବେନା ସହିତ କାର୍ତିକ ମଲ୍ଲିକ ଉମରକୋଟକୁ ପୋଲିସ ପ୍ରଶାସନ ଗିରଫ କରିବାକୁ ଦାବୀ ହୋଇଛି | ଏହା ହେଲେ ଫେରାର ସେଟଲର ମାନେ ଥାନାରେ ଆସି ଆତ୍ମ ସମର୍ପଣ କରିବେ ବୋଲି ଜଣାଇଛନ୍ତି | ବର୍ତ୍ତମାନ ପୁରୁଷ ଶୂନ୍ୟ ହାତୀବେନା ଡିଏନକେ ଗ୍ରାମରେ କୋକୁୟା ଭୟର ବାତାବରନ ପାଲଟି ଯାଇଛି | ରାତିରେ ଯେ କୌଣସି ଗାଡିର ଶବ୍ଧ ଶୁଣିଲେ ସମସ୍ତ ଘରର ବୟସ୍କମାନେ ଭୟରେ ଆତଙ୍କିତ ହୋଇ ପଡୁଛନ୍ତି । ଯଦି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଗୋଷ୍ଠୀ କନ୍ଦଳକୁ ଉସୁକାଉଥିବା ଲୋକମାନଙ୍କୁ ପୋଲିସ ଅତି ଶିଘ୍ର ଏରେଷ୍ଟ ନ କରନ୍ତି ତାହା ହେଲେ ରାଇଘର ବ୍ଲକର ୩୩ ଟି ଡିଏନକେ ଗ୍ରାମର ଗ୍ରାମବାସୀ ବୃନ୍ଦ ରାଜରାସ୍ତାକୁ ଓହ୍ଲାଇ ଅଖଚଖ ବନ୍ଦ କରି ଥାନା ସମ୍ମୁଖରେ ଧାରଣା ଦେବେ ଏବଂ କୌଣସି ଅପ୍ରତୀକର ଘଟଣା ପାଇଁ ପ୍ରଶାସନ ଦାୟୀ ରହିବ ବୋଲି ସ୍ଥାନୀୟ ଜନସାଧାରଣ ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.