ଭଗବତ କଥା ବିତରଣ ପରିଷଦ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ରାମଚରିତ ମାନସ ପ୍ରବଚନ ଶୁଭାରମ୍ଭ

ହିଞ୍ଜିଳିକାଟୁ ୧୮।୬ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବୃନ୍ଦାବନ ବିଦ୍ୟାପୀଠ ଖେଳ ପଡିଆରେ ହିଞ୍ଜିଳିକାଟୁ ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଙ୍ଗଳବାରଠାରୁ ୯ ଦିନିଆ ରାମଚରିତ ମାନସ ପ୍ରବଚନ ମହାଆଡମ୍ଵର ସହକାରେ ଶୁଭାରମ୍ଭ ହୋଇଯାଇଛି । ହିଞ୍ଜିଳିକାଟୁ ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ର ୨୫ଵର୍ଷ‌ ପୁର୍ତ୍ତି ସିଲଭର ଯୁଵୁଲି ଅବସରରେ ଟ୍ରଷ୍ଟ ସଭାପତି ଦେବାନନ୍ଦ ମହାପାତ୍ର ଙ୍କ ପୌରୋହିତରେ ଆୟୋଜିତ କାର୍ଯ୍ୟକ୍ରମ ୧୮ ତାରିଖ ଠାରୁ ଆରମ୍ଭ ହୋଇ୨୬ ତାରିଖ ପର୍ଯ୍ୟନ୍ତ ୯ଦିନ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଉତ୍ସବରେ ମୁଖ୍ୟ ୯ ଦିନ ଵ୍ୟାପି ପ୍ରତୋହ ୩ ଘଣ୍ଟା ଧରି ଆଧ୍ୟାତ୍ମିକ ପରିଵେଶ ମଧ୍ୟରେ ବିଶିଷ୍ଠ ପ୍ରବକ୍ତା ତଥା ଯାଜପୁରର ଶ୍ରୀ ବିଜୟ ରାଘବେନ୍ଦ୍ର ଦାସ ମହାରାଜ ପ୍ରବଚକ ପଣ୍ଡିତ ଙ୍କ ମୁଖରୁ ସୁନ୍ଦର ପ୍ରଵଚନ ଏବଂ ଭଜନ ପରିବେଷଣ କୁ ଆନନ୍ଦ ମୁଖର କରୁଥିବା ବେଳେ ଵ୍ୟାସଭାଵେ ପଣ୍ଡିତ ପଦ୍ମଚରଣ ଦାସ, ପୂଜକ ଜଗନ୍ନାଥ ପାଠି ଓ କର୍ତାଭାବେ ବିଜୟ କୁମାର ପାଣିଗ୍ରାହୀ ସହଯୋଗ କରିଥିଲେ ।

ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମ କୁ ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ସଭାପତି ଦେବାନନ୍ଦ ମହାପାତ୍ର, ଉପସଭାପତି ଲକ୍ଷ୍ମୀନାରାୟଣ ପଣ୍ଡା, ସମ୍ପାଦକ ତରୁଣ କୁମାର ପଣ୍ଡା ,ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ , କୋଷାଧ୍ୟକ୍ଷ ସନ୍ତୋଷ କୁମାର ପଣ୍ଡା, ଶଙ୍କର ଆଚାରୀ, ପ୍ରଫେସର ରମେଶଚନ୍ଦ୍ର ଚୌଧୁରୀ, ଅଧ୍ୟାପକ ଅରୋବିନ୍ଦ ପଣ୍ଡା, ଗୌରହରି ପୃଷ୍ଟି, ଙ୍କ ସହ ସମସ୍ତ ପରିଷଦର ସଦସ୍ୟ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.