ଲୋନ୍ ଟଙ୍କା ସୁଝିନ ପାରିବାରୁ ବିଷ ପିଇ ଆତ୍ମହତ୍ୟା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ନିକଟସ୍ତ ବଙ୍ଗଳା ସାହିର ଅଜିତ୍ ନାୟକ ଗ୍ରୁପ୍ ଲୋନ୍ ହେଇଥିଲେ l ସେଇ ଗ୍ରୁପ୍ ଲୋନ୍ ସୁଝି ନ ପାରିବାରୁ ବହୁ ଚାପ ଗ୍ରସ୍ତରେ ରହୁଥିଲେ l ପ୍ରାୟ ତିନିରୁ ଚାରିଟି ଗ୍ରୁପ୍ପ ରୁ ଲୋନ୍ ଆଣିଥିବା ସୂଚନା ଦେଇଛନ୍ତି ପରିବାର ଲୋକେ l ସେଇ ଚାପରେ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି l ତାଙ୍କୁ ପ୍ରଥମେ ଖଜୁରୀପଡ଼ା ଗୋଷ୍ଠି ସ୍ୱାସ୍ତ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେଇଥିବାରୁ ଖଜୁରୀପଡ଼ା ରୁ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟକୁ ଡକ୍ଟର ରେଫର୍ କରିଥିଲେ l ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟ ରେ ଚିକିତ୍ସା ହେଉଥିବା ଅବସ୍ତାରେ ତାଙ୍କର ମୃତ୍ୟୁ ହେଇଥିବା ଡକ୍ଟର୍ କହିଛନ୍ତି l ଏଇ ଘଟଣାକୁ ନେଇଁ ପୋଲିସ୍ ଏକ ଅପମୃତ୍ୟ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି l

nis-ad
Leave A Reply

Your email address will not be published.