ଛତ୍ରପୁର ଷ୍ଟାଡିୟମ୍ ରେ ଆୟୋଜିତ ରାମଦୋଳି ଓ ମୀନାବଜାର ଉଦ୍ଘାଟିତ

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଚାଲିଥିବା ସହରର ଆରାଧ୍ୟ ଦେବୀ ଶ୍ରୀଶ୍ରୀ ମା’ ରାମାୟଣାମ୍ମା ଙ୍କ ଠାକୁରାଣୀଯାତ୍ରା ଖୁବ୍ ଉତ୍ସବ ମୁଖର ହୋଇଉଠିଛି । ଗଣ-ପର୍ବ ଠାକୁରାଣୀ ଯାତ୍ରା ଅବସରରେ ପ୍ରଥମ ରଜରେ ଅନସ୍ଲୋ ମିନି ଷ୍ଟାଡିୟମରେ ରାମଦୋଳି ଓ ମୀନାବଜାର ଉଦ୍ଘାଟିତ ହୋଇଥିବା ବେଳେ ରବିବାର ସଂଧ୍ୟାରେ ଛତ୍ରପୁର ମୁଖ୍ୟ ଷ୍ଟାଡିୟମରେ ଯାତ୍ରା କମିଟୀର ସହଯୋଗରେ ଆଉ ଏକ ପ୍ରତିଷ୍ଠିତ କମ୍ପାନୀ ମୀନା ବଜାର ଓ ରାମଦୋଳି ର ଆନୁଷ୍ଠାନିକ ଉଦ୍ଘାଟନ ହେଇଯାଇଛି ।
ଯାତ୍ରା କମିଟୀ ମ୍ୟାନେଜର ସି.ଏଚ. ଦୟାନନ୍ଦ ରେଡ୍ଡୀ, ସହକାରୀ ମ୍ୟାନେଜର ଏମ୍.ସମରେନ୍ଦ୍ର ସେନାପତି, କମିଟୀର ପ୍ରତିଷ୍ଠା ସଦସ୍ୟ ସି.ଏଚ.ପୂର୍ଣ୍ଣ କୁମାର ରେଡ୍ଡୀ, ଛତ୍ରପୁର ପ୍ରେସ କ୍ଲବ ର ସଭାପତି ରବିନ୍ଦ୍ର ନାଥ ପଣ୍ଡା, ପ୍ରେସ କ୍ଲବ ର କୋଷାଧ୍ୟକ୍ଷ କେ. ସତ୍ୟନାରାୟଣ ରେଡ୍ଡୀ, ଆଇନଜୀବି ଏନ୍. ଗୋପୀ ପ୍ରମୁଖ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହାକୁ ସଫଳ ରୂପାୟନ କରିବା ପାଇଁ ଜନସାଧାରଣ ଙ୍କ ସହଯୋଗ କାମନା କରିଥିଲେ ।
ମାସ ବ୍ୟାପୀ ଚାଲିଥିବା ଛତ୍ରପୁର ର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ମା’ ରାମାୟଣାମ୍ମା ଙ୍କ ଠାକୁରାଣୀ ଯାତ୍ରା ଖୁବ୍ ଉତ୍ସବ ମୁଖର ଓ ଲୋକାଭିମୁଖୀ କରିବା ପାଇଁ ରାମଦୋଳି ଓ ମୀନାବଜାର ର ପସରା ଯାତ୍ରା କୁ ଅଧିକା ସରସ ସୁନ୍ଦର କରି ଗଢ଼ି ତୋଳି ଆଣିଛି । ଯଦ୍ଵାରା ଆଞ୍ଚଳିକ ବ୍ୟବସାୟୀମାନେ ଭଲ ଲାଭବାନ ହୋଇପାରିଛନ୍ତି ।ଏହା ସାଂଗକୁ ଯୁବପିଢୀ ତଥା ସମସ୍ତଙ୍କ ମନରେ ମନୋରଞ୍ଜନ ଓ ଉତ୍ସାହ ଭରି ଆଣିଦେଇଛି । ମୀନା ବଜାର ଓ ରାମଦୋଳି ର ମେଳା ପସରା ନେଇ ଠାକୁରାଣୀ ଯାତ୍ରା ମହୋତ୍ସବରେ ସହରବାସୀ ଙ୍କ ମନରେ ଅଧିକା ଖୁସି ଓ ଉଲ୍ଲାସ ଆଣିଦେଇଛି ।

nis-ad
Leave A Reply

Your email address will not be published.