ସ୍ବସ୍ତି ଚିଲିକା ରିସର୍ଟରେ ‘ଚିଲ୍‌-ଇନ-ଚିଲିକା’ ଏବଂ ‘ବିଟ୍‌ ଦି ହିଟ୍‌’ କାର୍ଯ୍ୟକ୍ରମ

ଖଲ୍ଲିକୋଟ : ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଓଡ଼ିଆ ଆଲପୁର ପଂଚାୟତ ର ଚିଲିକା କୂଳ ରେ ଅବସ୍ଥିତ ସ୍ବସ୍ତି ଚିଲିକା ରିସର୍ଟ ରେ ସମ୍ପ୍ରତି ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ‘ଚିଲ୍‌-ଇନ-ଚିଲିକା’ ଏବଂ ‘ବିଟ୍‌ ଦି ହିଟ୍‌’ ନାମରେ ଦୁଇଟି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ବିଟ ଦି ହିଟ କାର୍ଯ୍ୟକ୍ରମ ରେ ଅତିଥି ମାନେ ରୁମ ରେ ରହିବା ସହ ବ୍ରେକ ଫାଷ୍ଟ, ଡିନର, ସୁଇମିଙ୍ଗ ପୁଲ, ଗେମ୍ ଜୋନ ଓ ବିଶେଷ କରି ଓପନ ଟାଙ୍ଗୋ ରେସଟୁରାଣ୍ଟ ରେ ଭଳିକି ଭଳି ଖାଦ୍ୟ ର ମଜା ନେଇ ପାରିବେ ଅତିଥି। ସେହିଭଳି ଚିଲ ଇନ ଚିଲିକା କାର୍ଯ୍ୟକ୍ରମ ରେ ମକଟେଲ, ଲସି, ରାବିଡି ପ୍ରଭୃତି ର ମଜା ନେଇ ପାରିବେ ଅତିଥି। ଏହି ମକଟେଲ, ଲସି, ରାବିଡି ପ୍ରଭୃତି ରିସର୍ଟ ର ନିଜସ୍ୱ ଆମ୍ବରେ ପ୍ରସ୍ତୁତି।

ରିସର୍ଟ ର ନିଜସ୍ୱ ବଗିଚା ରେ ପ୍ରାୟ ୬୦ ଗୋଟି ଆମ୍ବ ଗଛ ରୁ ୭ ପ୍ରକାର ଆମ୍ବ ଆଦାୟ ହୋଇଥାଏ। ଏହି ଆମ୍ବ ରୁ ପ୍ରସ୍ତୁତି ହେଉଥିବା ଏହି ଥଣ୍ଡା ପାନୀୟ ରୁ ପ୍ରକୃତ ଆମ୍ବ ରସ ର ସ୍ୱାଦ ନେବେ ଅତିଥି। ସବୁ ବର୍ଗର ଅତିଥି ଯେପରି ଏହାର ସୁଯୋଗ ନେଇ ପାରିବେ ସେଥିପାଇଁ ରିସର୍ଟ ତରଫରୁ ସୁଲଭ ମୂଲ୍ୟ ଧାର୍ଯ୍ୟ କରାଯାଇଛି ବୋଲି କହିଛନ୍ତି ସ୍ବସ୍ତି ଚିଲିକା ରିସର୍ଟ ର ଜେନେରାଲ ମ୍ୟାନେଜର ପ୍ରମୋଦ ତିୱାରୀ। ଏଥିପାଇଁ ରିସର୍ଟ ଠାରେ ଅନୁଷ୍ଠିତ ପ୍ରେସମିଟ ରେ ଜେନେରାଲ ମ୍ୟାନେଜର ପ୍ରମୋଦ ତିୱାରୀ ଙ୍କ ସହ ବେଭେରେଜ ମ୍ୟାନେଜର ବିପ୍ଳବ ଘୋଷ, ଏଚ ଆର ବିକାଶ ଚୌବେ ଓ ସେଫ ଶୈଳେନ୍ଦୁ ମହାନ୍ତି ଉପସ୍ଥିତ ରହି ସମସ୍ତ ସୂଚନା ପ୍ରଦାନ କରିଥିଲେ।

nis-ad
Leave A Reply

Your email address will not be published.