ପାୱାର କଟକୁ ନେଇ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବଢୁଛି ଅସନ୍ତୋଷ

ହିଞ୍ଜିଳିକାଟୁ ୧୫/୬ : ପାୱାର କଟକୁ ନେଇ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ସ୍ଥାନରେ ଅସନ୍ତୋଷ ବଢିଚାଲିଛି । ଅନ୍ୟ ସ୍ଥାନ ଭଳି ଗଞ୍ଜାମ ଜିଲ୍ଲା ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଳକ ମାରୁଡି ଶାସନ ରେ ଦେଖିବାକୁ ମିଳିଛି ଅଭାବନୀୟ ଦୁର୍ଦ୍ଦଶା । ଦିନ ହେଉ କି ରାତି ହେଉ ଘଂଟା ଘଂଟା ବିଜୁଳି ଚାଲିଯାଉଛି । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ବାରମ୍ବାର ବିଦ୍ୟୁତକାଟ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ସଂଧ୍ୟା ସମୟରେ ପ୍ରାୟ ଅଧ ଘଂଟାରୁ ଅଧିକ ସମୟ ବିଜୁଳି କଟିଯାଉଥିବା ବେଳେ ପାଠ ପଢିପରୁନାହାନ୍ତି ପିଲାମାନେ । ଲଗାତର ଭାବରେ ଏହିଭଳି ସମସ୍ୟା ଦେଖିବାକୁ ମିଳିଥିବା ବେଳେ ଅସନ୍ତୋଷ ବଢିଚାଲିଛି । ବାରମ୍ବାର ବିଜୁଳି କାଟ ଯୋଗୁଁ ଲୋକମାନେ ନାଁ ଘରେ ରହିପାରୁଛନ୍ତି ନା ବାହାରେ ।

କିଏ ଗଛ ମୂଳେ ଦିନ ଯାକ ବସିଛି ତ ଆଉ କିଏ ବିଂଚଣା ଧରି ବିଂଚି ହେଉଛି ।ଗତ ରାତିରେ ମାରୁଡି ଶାସନ ଗ୍ରାମର ଯୁବକମାନେ ଗ୍ରାମ ରେ ବିଜୁଳି ନଥିବାରୁ ଲୋକମାନେ ଗାଁ ମୁଣ୍ଡ ହିଞ୍ଜିଳିକାଟୁ ଠାରୁ ଶେରଗଡ଼ ରୋଡ ଉପରେ ଏକାଠି ବସି ବିଂଚଣାରେ ବିଂଚି ହେଉଥିବା ସହ ବିଛଣାରେ ଶୋଇଲା ଭଳି‌ରୋଡ ଉପରେ ଶୋଈଥିବା ଦେଖିବାକୁ ମିଳିଛି । ଘଂଟା ଘଂଟା ଧରି ବିଜୁଳି ଗାଏବ ହୋଇଯାଉଥିବାରୁ ଲୋକମାନେ ଏହି ଗରମରେ ନିଜ ପିଲାଛୁଆକୁ ଧରି ଛଟପଟ ହୋଇ ବାହାରେ ବସିଛନ୍ତି ଓ ଗଛ ମୁଳକ,ଵଗିଚା ଖୋଲା ରୋଡ ପଡିଆ ରେ ବସୁଥିବା ଦେଖିବାକୁ ମିଳିଛି।

nis-ad
Leave A Reply

Your email address will not be published.