ସରକାର ବଦଳୁ ବଦଳୁ ସିଡ଼ିଏମଓ କାର୍ଯ୍ୟାଳୟରେ ରାତି ଅଧିଆ ବଦଳି !

କନ୍ଧମାଳ : କନ୍ଧମାଳ ଜିଲ୍ଲା ସଦର ମହକୁମାରେ ଥିବା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ)ଙ୍କ କାର୍ଯ୍ୟାଳୟ ରହିଛି। ଏଥିରେ ବିଭିନ୍ନ ପ୍ରକାରର କର୍ମଚାରୀ, ଅଧିକାରୀମାନେ କାର୍ଯ୍ୟକରିବା ସହିତ ବିଭିନ୍ନ ବ୍ଲକ, ପଞ୍ଚାୟତରେ ଥିବା ମେଡିକାଲ, ଗ୍ରାମ୍ୟ ସ୍ୱାସ୍ଥ୍ୟ ମିଶନ ରେ ମଧ୍ୟ କାର୍ଯ୍ୟକାରୀ ଆସୁଛନ୍ତି । ବିଜେଡି ସରକାର, ମୋ ସରକାରର ପରିବର୍ତ୍ତନ ହେଉ ବିଜେପି ସରକାର ଆସିବା ପୂର୍ବରୁ ଓ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ ଶେଷ ହେଉହେଉ ଫୁଲବାଣୀ ସିଡିଏମଓ ଙ୍କ ମନମୁଖୀ କାର୍ଯ୍ୟ ଓ କିଛି ବ୍ଲକ, ପଂଚାୟତରେ ଥିବା ଅଧିକାଂଶ କର୍ମଚାରୀ, ଅଧିକାରୀଙ୍କୁ ଫୁଲବାଣୀ କାର୍ଯ୍ୟଳୟ ଓ ନିକଟତମ ଘର ମେଡିକାଲ କୁ ରାତି ଅଧିଆ ବଦଳି କରିବାକୁ ନେ଼ଇ ସନ୍ଦେହ ଲାଗୁଛି ଆର୍ଥିକ କାରବାର କରି ବଦଳି କରୁଥିବାର ସୂଚନା ମିଳିବା ସହିତ କାର୍ଯ୍ୟଳୟରେ ଚର୍ଚ୍ଚା ହେଉଛି । କାହିଁକିନା ବର୍ତ୍ତମାନ ର ଚଳିତ ସିଡିଏଓ ଙ୍କ ବଦଳି ରାଉଲକେଲା ହୋଇଅଛି । ଏଣୁ ବିଜେପି ସରକାର ଙ୍କୁ ଚକମା ଦେଇ ଓ ଚତୁରତା କରି ପଛୁଆ ତାରିଖ କରି ବଦଳି କରା ଯାଇଛି ଓ ଫୁଲବାଣୀ ସଦର ମହକୁମା କୁ ଅଣାଯାଇଛି । ଏହା ସହିତ ମଧ୍ୟ କିଛି କର୍ମଚାରୀ ଓ ଅଧିକାରୀ ଙ୍କୁ ପ୍ରମସନ କରି ଉଚ୍ଚ ରକମର ଆର୍ଥିକ କାରବାର କରିଥିବାର ସୂଚନା ହେଉଛି। ପୂର୍ବରୁ ମୋ ସରକାର ଓ 5 T ରେ ଦୁର୍ନୀତି ହେଉ ଥିଲେ ଜଣା ପଡୁ ନ ଥିଲା ସରକାର ପରିବର୍ତ୍ତନ ହେଉ ହେଉ ଅଭଳି ବଦଳି ହେବା କିଛି ନୂତନ ଚାକିରି କରାଇ ଦେବା ବିଷୟ କୁ ନେଇ ଜନ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ଏ ହାର ପକୃତ ସତ୍ୟତା ପଦାକୁ ଆସିଲେ ନୂତନ ଭାବରେ ମୋହନ ସରକାର ଙ୍କ ପ୍ରତି ବିଶ୍ଵାସ ଆସିବ

nis-ad
Leave A Reply

Your email address will not be published.