ସୀମାନ୍ତରେ ଆଇଡି ବୋମା ବିସ୍ଫୋରଣରେ ଦୁଇ ଯବାନ ଆହତ

ମାଲକାନଗିରି,୧୪।୬ : ମାଲକାନଗିଇର ଜିଲ୍ଲା ସୀମାନ୍ତରେ ଛତିଶଗଡର ନାରାୟଣପୁରରେ ମାଓ ଦମନ ତଲାସି ଅଭିଯାନ ବେଳେ ମାଓବାଦୀଙ୍କ ଦ୍ଵାରା ଲଗାଯାଇଥିବା ଗୋଟିଏ ଆଇଡି ବୋମା ବିସ୍ଫୋରଣରେ ଦୁଇଜଣ ଯବାନ ଆହତ । ସୂଚନା ଅନୁଯାୟୀ ଜିଲ୍ଲା ସୀମାନ୍ତ ନାରାୟଣପୁରର କୋହକାମେଟା ଥାନା ଅନ୍ତର୍ଗତ କୁଟୁଲ ଏବଂ ମୋହାଣ୍ଡି ଜଙ୍ଗଲରେ ଆଇଟିବିପି ୫୩ ବାଟାଲିଆନ ଟିମ୍ ପକ୍ଷରୁ ମାଓ ଦମନ ନିମନ୍ତେ ତଲାସି ଅଭିଯାନ ଜାରି ରହିଥିଲା । ଏହି ସାମୀରେ କୁଟୁଲ ଗ୍ରାମ ନିକଟରେ ମାଓବାଦୀଙ୍କ ଦ୍ଵାରା ପୂର୍ବରୁ ଯବାନଙ୍କୁ ଟାର୍ଗେଟ କରି ଲଗାଯାଇଥିବା ଗୋଟିଏ ଆଇଡି ବୋମା ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ଦୁଇଜଣ ଯବାନ ଆହତ ହୋଇଥିଲେ । ଆହତ ଯବାନ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନାରାୟଣପୁର ନିଆଯାଇଥିବା ବେଳେ ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ଯବାନ ମାନଙ୍କ ଅବସ୍ଥା ସ୍ଥିର ଥିବା ବେଳେ ସମ୍ପୂର୍କ ଅଞ୍ଚଳରେ ତଲାସି ଅଭିଯାନକୁ ଆହୁରି ଅଧିକ କରିଦିଆଯାଇଛି ।

nis-ad
Leave A Reply

Your email address will not be published.