ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଗୋବିରା ଦେଇ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥ ଉପରେ ଗୋଟିଏ କାର ଓ ଦଶ ଚକିଆ ଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ କାର ଚାଳକର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି | ସୂଚନା ଅନୁଯାଇ ବୀରମିତ୍ରପୁର ରୁ ରାଉଲକେଲା ଅଭିମୁଖେ କାର ନମ୍ବର ଓଡି ୧୪ ଏନ ୫୬୬୬ ଯାଉଥିବା ବେଳେ ଅଚାନକ ବିପରୀତ ଦିଗ ରାଉଲକେଲା ରୁ ଦଶ ଚକିଆ ଟ୍ରକ ଯାହାର ନମ୍ବର ଜେଏଚ ୨ ୱାଇ ୭୦୩୦ ଆସି ସିଧା ସଳଖ ଧକ୍କା ଦେଇଥିଲା | ଯାହା ଫଳରେ କାର ଚାଳକର ରକ୍ତ ଅଧିକ ସ୍ରାବ ହେଇଥିବା ସ୍ୱତେ ଗୁରୁତର ଅବସ୍ଥାରେ ତାଙ୍କୁ ସଙ୍ଗେ ସଙ୍ଗେ ରାଉଲକେଲା ସ୍ଥିତ ଘରୋଇ ଜେ ପି ହସ୍ପିଟାଲରେ ଚିକିତ୍ସା ପାଇଁ ନେଇଥିଲେ | ସେଠାରେ ଚିକିତ୍ସିତ ଅବସ୍ତାରେ ତାଙ୍କର ମୃତ୍ୟୁ ଘଟିଥିବା ଅଜଣା ପଡ଼ିଛି ! ବୀରମିତ୍ରପୁର ରେଲୱେ ଷ୍ଟେସନର ଦିନାନାଥ ମିତ୍ତଳ ୫୮ ବର୍ଷ ବାଲି ଜଣା ପଡ଼ିଛି | ମିତ୍ତଳ ଜଣେ ବେବସାଇ ଥିଲେ ସେ ଆଜି ସକାଳ ୧୧ ଟାରେ ନିଜ ସମ୍ପର୍କୀୟର ଘରେ ମୃତ୍ୟୁ ଘଟିଥିବା ଜାଣି ଅନ୍ତିମ ସଂସ୍କାର କରିବାକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା | ଯାହା ଫଳରେ ମିତ୍ତଲଙ୍କ ମୃତ୍ୟୁ ଘଟିଥିବା ଜାଣି ରେଳୱେ ଷ୍ଟେସନରେ ଶୋକର ଛାୟା ଖେଳିଯାଇଛି |
Sign in
Sign in
Recover your password.
A password will be e-mailed to you.