ବିଶ୍ବ ପରିବେଶ ଦିବସରେ ଜଳବାୟୁ ପରିବର୍ତ୍ତନ ସଚେତନତା ରଥ ଉଦ୍ଘାଟିତ

ଫୁଲବାଣୀ: ଗ୍ରୀଷ୍ମର ରୌଦ୍ରତାପ ଓ ଆସନ୍ନ ମୌସୁମୀର ଘଡିସନ୍ଧି ମୂହୁର୍ତରେ ବିଶ୍ବ ପରିବେଶ ଦିବସ ପାଳିତ ହୋଇଛି । କନ୍ଧମାଳର ଅଗ୍ରଣୀ ଅନୁଷ୍ଠାନ ସାତୀ ତରଫରୁ ଏକ ଅଭିନବ ପ୍ରୟାସ ରେ ଜନ ସଚେତନ କରିବାକୁ ପ୍ରୟାସ କରାଯାଇଛି । ଏକ ସଚେତନ ରଥକୁ କନ୍ଧମାଳ ଜିଲ୍ଲା କୃଷି ଅଧ୍ୟକ୍ଷ ତୁସାର କାନ୍ତ ସାମଲ ଓ ଲିଡ୍ ବ୍ୟାଙ୍କ ମ୍ୟାନେଜର ହରେକୃଷ୍ଣ ଜେନା ପତାକା ଦେଖାଇ ଶୁଭ ଉଦ୍ଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରହଲାଦ ସେନାପତି, ଏ.ଡି.ଓ, ବାଲିଗୁଡା; ରବିନାରୟଣ ନାୟକ, ଏ.ଡି.ଓ, ଫୁଲବାଣୀ; ବିନୋଦ କୁମାର ଜେନା, ଉଦ୍ୟାନ ବିଭାଗ ଅଧିକାରୀ, ରତିକାନ୍ତ ପରିଡା, ଜିଲ୍ଲା ଜଳଛାୟା ଅଧିକାରୀ ସମେତ ଜିଲ୍ଲାର ‌ସମସ୍ତ ବ୍ଳକ କୃଷି ଅଧିକାରୀ ଉପସ୍ଥିତ ଥିଲେ । ସାତୀର ସମ୍ପାଦକ ହରି ଶଙ୍କର ରାଉତ, ପ୍ରକଳ୍ପ ପରିଚାଳକ ପ୍ରଦୀପ କୁମାର ସାଇଁ, ବିଶ୍ଵରଞ୍ଜନ କର ସମେତ ସାତୀର ଅନ୍ୟ କର୍ମକର୍ତ୍ତା ଶିବ ସୁନ୍ଦର ସାହୁ, ପ୍ରଭାତ ଦାସ ଉପସ୍ଥିତ ଥିଲେ ।

ଏହି ରଥଟି ବିଶ୍ବ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଆଖିଆଗରେ ରଖି ବୃକ୍ଷରୋପଣ, ଜଳ ସଂରକ୍ଷଣ, ଶକ୍ତି ସଂଚୟ ସମେତ ଚିରନ୍ତନ ବିକାଶର ଲକ୍ଷ୍ୟରେ ପରିବେଶ ସୁରକ୍ଷାର ଗୁରୁତ୍ବକୁ ଲୋକଙ୍କ ପାଖରେ ପହଂଚାଇବା ବୋଲି ଜିଲ୍ଲା କୃଷି ଅଧିକାରୀ ଶ୍ରୀ ସାମଲ କହିଥିଲେ । ଆଜିର ଦିନରେ ରାଇକିଆ, ଟିକାବାଲି ଓ ଫିରଙ୍ଗିଆ ବ୍ଳକର ବିଭିନ୍ନ ସ୍ଥାନରେ ଜନ ସଚେତନତା ସଭା କରିବା ସହିତ ସାମୁହିକ ଗଛ ଲଗା କାର୍ଯ୍ୟକ୍ରମ ସ୍ଵାତି ତରଫରୁ କରାଯାଇଅଛି । ଏହି ସଚେତନତା ରଥ ଏକ ମାସ ଧରି ଜିଲ୍ଲାର ସବୁ ବ୍ଳକରେ ଜନ ସଚେତନତା ଓ ପରିବେଶ ପ୍ରତି ସାମାଜିକ ଅନୁଷ୍ଠାନ ଓ ପ୍ରତ୍ୟେକ ଜନତାଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ ଉପରେ ଏ ରଥ କାର୍ଯ୍ୟକରିବ ବୋଲି ସମ୍ପାଦକ ଇଂ ହରିଶଙ୍କର ରାଉତ ମତବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ଅନିଲ କୁମାର ପ୍ରହରାଜ, ଡି.ପି.ଡି., ଆତ୍ମା,ଙ୍କୁ ଜିଲ୍ଲାର କୃଷିକ୍ଷେତ୍ରରେ ଆଣିଥିବା ଉନ୍ନତି ଏବଂ ଚାଷୀ ମାନଙ୍କୁ ଯୋଗାଇଥବା ବିଭିନ୍ନ ଜ୍ଞାନ କୌଶଳ ପହଂଚାଇ ପାରିଥିବାରୁ ତାଙ୍କୁ ସ୍ଵାତି ତରଫରୁ ସମ୍ମାନିତ କରାଯାଇଥିଲା ।

nis-ad
Leave A Reply

Your email address will not be published.