ଓଡ଼ିଶାରୁ ହଟିଲା ନିର୍ବାଚନୀ ଆଦର୍ଶ ଆଚରଣ ବିଧି

ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ଆଜି ପ୍ରତ୍ୟାହାର ହୋଇଛି । ନିର୍ବାଚନ ଆୟୋଗ ଆଜି ଓଡ଼ିଶାର ମୁଖ୍ୟ ସଚିବ ଓ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କୁ ଚିଠି ଲେଖି ଏନେଇ ଅବଗତ କରାଇଛନ୍ତି । ଏପଟେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ଓଡ଼ିଶାର ସପ୍ତଦଶ ବିଧାନସଭା ଗଠନ ସମ୍ପର୍କିତ ବିଜ୍ଞପ୍ତି ପ୍ରଦାନ କରିଛନ୍ତି ।

ଓଡ଼ିଶାର ନୂଆ ବିଧାନସଭା ଗଠନ ସମ୍ପର୍କିତ ବିଜ୍ଞପ୍ତି ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ହେବାପରେ ଓଡ଼ିଶା ଗେଜେଟରେ ମଧ୍ୟ ଏହା ପୁନଃ ବିଜ୍ଞପିତ ହୋଇଛି । ରାଜ୍ୟପାଳ ଶ୍ରୀ ଦାସଙ୍କୁ ଆଜି ରାଜଭବନରେ ନିଜର ଟିମ୍ ସହ ଭେଟି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଏହି ବିଜ୍ଞପ୍ତି ପ୍ରଦାନ କରିଛନ୍ତି। ଓଡ଼ିଶାରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ରାଜ୍ୟପାଳ ଶ୍ରୀ ଦାସ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସମେତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ ଗତ ମାର୍ଚ୍ଚ ୧୬ତାରିଖରୁ ବଳବତ୍ତର ରହିଥିଲା । ରାଜ୍ୟରେ ୪ଟି ପର୍ଯ୍ୟାୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ଶେଷ ହୋଇଛି । ବିଜେପି ବିପୁଳ ବିଜୟ ସହ ରାଜ୍ୟରେ ପ୍ରଥମଥର ପାଇଁ ସରକାର ଗଠନ କରିବାକୁ ଯାଉଛି ।

nis-ad
Leave A Reply

Your email address will not be published.