ଲକ୍ଷ୍ମୀ ବସରୁ ହଟିଲା ଶଙ୍ଖ ଷ୍ଟିକର୍

ଭୁବନେଶ୍ବର: ବନ୍ଦ ହେଇଯିବ କି ଲକ୍ଷ୍ମୀ ବସ ? ଲକ୍ଷ୍ମୀ ବସରୁ ହଟିଲା ଶଙ୍ଖ ଷ୍ଟିକର୍। ବସର ଏକ ପାର୍ଶ୍ବରୁ ହଟିଲା ଲକ୍ଷ୍ମୀ ଚିହ୍ନ, ବସର ପଛରୁ ଲିଭିଲା ମିଶନଶକ୍ତି ଲେଖା । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଓ ନୂଆପଡ଼ାରେ ।

ଗତକାଲି ଯାଏଁ ବସ୍ ଗୁଡ଼ିକରେ ଷ୍ଟିକର୍ ଥିଲା । କିନ୍ତୁ ଆଜି ଅଚାନକ ଭାବେ ଲକ୍ଷ୍ମୀ ବସ୍ ଗୁଡ଼ିକରେ ଷ୍ଟିକର୍ ଗାଏବ ହୋଇଛି। ଯାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ନିକଟରେ ଓଡିଶାର ବିଧାନସଭା ନିର୍ବାଚନ ଫଳାଫଳ ପରେ ଓଡିଶା ରାଜନୀତିରେ  ଦେଖାଦେଇଛି ବଡ ପରିବର୍ତନ । ରାଜ୍ୟରେ ୨୪ ବର୍ଷର ସରକାରରେ ପଡିଛି ପୂର୍ଣ୍ଣଚ୍ଛେଦ । ଏହାପରେ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଶଙ୍କା ସୃଷ୍ଟି ହୋଇଛି  ।

ପୂର୍ବରୁ ମୁଖ୍ୟ ଶାସନ ସଚିବ ବିଏସକେଓ୍ବାଇ କାର୍ଡ ଚାଲୁଥିବା ନେଇ ସ୍ପଷ୍ଟିକରଣ ଦେଇଥିବା ବେଳେ ବର୍ତମାନ ଲକ୍ଷ୍ମୀ ବସରୁ ଶଙ୍ଖ ହଟିବା ଆଉ ଏକ ଦ୍ବନ୍ଦ୍ବ ସୃଷ୍ଟି କରୁଛି କି?

nis-ad
Leave A Reply

Your email address will not be published.