‘ବିଏସକେଓ୍ବାଇ କାର୍ଡ ଅଚଳ ପାଇଁ ଦାୟୀ ସରକାର, ବାକି ରଖିଛନ୍ତି କୋଟି କୋଟି ଟଙ୍କା’

ଭୁବନେଶ୍ବର: ବିଏସକେଓ୍ବାଇ କାର୍ଡ ଉପଭୋକ୍ତାଙ୍କୁ ଫେରାଉଛି ପ୍ରାଇଭେଟ ହସ୍ପିଟାଲ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ଘରୋଇ ଡାକ୍ତରଖାନା ସଂଘ । ସିଧା ସିଧା ସରକାରଙ୍କ ଉପରକୁ ଉଠାଇଲେ ଅଙ୍ଗୁଳି । କହିଲେ ନା ଦେଉଛନ୍ତି ଲିଖିତ ସ୍ପଷ୍ଟିକରଣ, ନା ଦେଉଛନ୍ତି ବକେୟା ଟଙ୍କା । ତେଣୁ ଆମେ ଦ୍ବନ୍ଦ୍ବରେ ରୋଗୀଙ୍କୁ ଫେରାଇଲୁ । ଗରିବ ରୋଗୀଙ୍କୁ ହଇରାଣ କରିବା ଆମର ଉଦ୍ଦେଶ୍ୟ ନୁହେଁ ।

ତେବେ ୨୪ ବର୍ଷ ପରେ ପଟ ଓଲଟାଇଛି ରାଜ୍ୟ ରାଜନୀତି । ଏହା ପରେ ସରକାରଙ୍କ ଦ୍ବାରା ଦିଆଯାଉଥିବା ସମସ୍ତ ଯୋଜନା ବନ୍ଦ ହୋଇଯିବା ନେଇ ଏବେ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା । ଯାହାକୁ ନେଇ ସ୍ବାସ୍ଥ୍ୟ କାର୍ଡ ଚାଲୁଥିବା ନେଇ ସୂଚନେ ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ । ଏହାସହିତ ଯେପରି ରୋଗୀମାନେ ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ ସେଥିପାଇଁ ହେଲପଲାଇନ୍ ନମ୍ବର ମଧ୍ୟ ଜାରି କରିଛି ସ୍ବାସ୍ଥ୍ୟ ବିଭାଗ । ଏହାରି ଭିତରେ କାହିଁକି ଘରୋଇ ଡାକ୍ତରଖାନା ରୋଗୀଙ୍କୁ ଫେରାଇଥିଲେ ସେନେଇ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ କହିବାନୁଯାୟୀ, ସରକାର ତାଙ୍କୁ କୌଣସି ଦୃଢ ପ୍ରତିଶ୍ରୁତି ଦେଲେ ନାହିଁ । ଯେହେତୁ ସରକାର ବଦଳିଲା ସେଥିପାଇଁ ସନ୍ଦେହ ପୂର୍ବକ ସେମାନେ ଏପରି କରିଛନ୍ତି ।

ପୂର୍ବରୁ ମଧ୍ୟ ଅନେକ ଘରୋଇ ହସ୍ପିଟାଲରେ ବିଏସକେଓ୍ବାଇ କାର୍ଡରେ କଟିଥିବା ଟଙ୍କା ସରକାର ଡାକ୍ତରଖାନାଙ୍କୁ ପୈଠ କରିନାହିଁ । ଏବେ ସରକାର ବଦଳିବା ପରେ କିଏ ବକେୟା ଟଙ୍କା ପୈଠ କରିବ ସନ୍ଦେହ କରି ସେମାନେ କାର୍ଡ ଫେରାଇଥିବା ମନ୍ତବ୍ୟ ଦେଇଛନ୍ତି । ଏହା ସହିତ ସେ କହିଛନ୍ତି ଯେ ଏନେଇ ରାଜ୍ୟପାଳ କି ସ୍ବାସ୍ଥ୍ୟ ସଚିବ କୌଣସି ଠୋସ୍ ପ୍ରତିଶ୍ରୁତି ଦେଉନଥିଲେ । ଖାଲି କହି ଦେଉଛନ୍ତି ଦେବେ ବୋଲି । ହେଲେ କୌଣସି ଲିଖିତ ପ୍ରତିଶ୍ରୁତି ଦେଉନାହାନ୍ତି ଯାହାକୁ ନେଇ ଆମର ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା ।

nis-ad
Leave A Reply

Your email address will not be published.