ମା ରାମଚଣ୍ଡୀଙ୍କ ମନ୍ଦିର ପରିସରରେ ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ହିଁ ଜୀବନ କାର୍ଯ୍ୟକ୍ରମ

ଛତ୍ରପୁର : ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଛତ୍ରପୁର ନିକଟରେ ଥିବା ମାଁ ରାମଚଣ୍ଡୀଙ୍କ ମନ୍ଦିର ପରିସର ରେ ମାଁ ରାମଚଣ୍ଡୀ ଟ୍ରଷ୍ଟ,ମନ୍ଦୀର ପରିଚାଳନା କମିଟି, ପୂଜା କମିଟି,ଓଏସଏପି ଅଷ୍ଟମ ବଟାଲିଆନ ଓ ବିଭିନ୍ନ ସ୍ଵେଛାସେଵୀ ସଂଗଠନ ର ମିଳିତ ଉଦ୍ୟମ ରେ ଏକ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଓଏସଏପି ଅଷ୍ଟମ ବଟାଲିୟନ ର କମାଣ୍ଡାଣ୍ଟ ସାରଦା ପ୍ରସାଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଇ ମହତ କାର୍ଯ୍ୟ କୁ ବୃକ୍ଷ ରୋପଣ କରି ଆରମ୍ଭ କରିଥିଲେ I ମନ୍ଦିର ଟ୍ରଷ୍ଟ ର ଅଧକ୍ଷ ବିନୋଦ ପାଢ଼ୀ, ଟ୍ରଷ୍ଟି ଟୁଲୁ ପଣ୍ଡା, ପରିଚାଳନା କମିଟି ର ସଭାପତି ପ୍ରଶାନ୍ତ ନାୟକ,ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ସଂଯୋଜକ- କମଲ ପଣ୍ଡା, ସହ ସଂଯୋଜକ- ତୁଷାର ଶତପଥି , ପୂଜା କମିଟିର ଉପଦେଷ୍ଟା ତଥା ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ତ୍ରିପତି ବାଲାଜୀ ମିଶ୍ର, କେ ସତ୍ୟନାରାୟଣ ରେଡ୍ଡୀ, ସନ୍ତୋଷ ମିଶ୍ର,ପୂଜା କମିଟି ସଭାପତି ଅଜୟ ନାୟକ,କାର୍ଯ୍ୟକାରୀ ସଭାପତି ଦିବାକର ନାୟକ, ଆଇନଜୀବୀ ଲସିତ ବରଣ ବେହେରା , ରାଜେନ୍ଦ୍ର ବେହେରା, ଜୀବନ କୁମାର ମହାରଣା, ସୁଧୀର ମହାରଣା, ସନ୍ତୋଷ ପଣ୍ଡା, ରାଜେଶ କୁମାର ନନ୍ଦ,ରୁଦ୍ରପ୍ରସାଦ ମିଶ୍ର, ମନୋଜ ମିଶ୍ର, ଦଣ୍ଡପାଣି ମହାରଣା, ବଂଶୀଧର ନାୟକ, ଟୁଟୁ ନାୟକ, ମାଧବ ସାସମଲ, ନାରାୟଣ ସାହୁ, ଜି ଗୋରେୟା ଓ ଉପେନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ l

ଶେଷରେ ଭୁବନେଶ୍ୱର ର ସେବା ପ୍ରତିନିଧି ସ୍ବେଛାସେବୀ ସଂଗଠନ ର ମୁଖ୍ୟ ନୀଳମଣି ମିଶ୍ର ଧନ୍ୟବାଦ ଦେଇଥିଲେ l ସ୍ଥାନୀୟ ଅଞ୍ଚଳର ଜନସାଧାରଣ ମାନେ ମା’ ରାମଚଣ୍ଡୀ ମନ୍ଦିର ତରଫରୁ କରାଯାଇଥିବା ଏହି ମହତ କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ।

nis-ad
Leave A Reply

Your email address will not be published.