ଜିଲ୍ଲାସ୍ତରୀୟ ବିଶ୍ଵ ପରିବେଶ ଦିବସ

ଛତ୍ରପୁର : ଛତ୍ରପୁର ଠାରେ ବ୍ରହ୍ମପୁର ବନଖଣ୍ଡ ଦ୍ଵାରା ଗଞ୍ଜାମ ଜିଲ୍ଲା ସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଛି । ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସୋନ୍ନି କକର ଯୋଗ ଦେଇ ଜମିର ପୁନରଉଦ୍ଧାର, ମରୁଭୁମି ଓ ମରୁଡିର ହ୍ରାସ ଉପରେ ଗୁରୁତ୍ଵ ଦେବା ସହିତ ପରିବେଶ ସନ୍ତୁଳନରେ ମୂର୍ତିକାର ଗୁରୁତ୍ବପୂର୍ଣ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ବ୍ୟକ୍ତା ରୂପେ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟର ଡ. ଅଞ୍ଜନ କୁମାର ପୃଷ୍ଠି ଯୋଗଦେଇ ଆମ ଜୀବନ ଶୈଳୀ ରେ ପରିବର୍ତନ କଲେ ପରିବେଶରେ ଦେଖା ଯାଇଥିବା ବିଭିନ୍ନ ସଙ୍କଟକୁ ରକ୍ଷା କର ଯାଇ ପାରିବ । ସମ୍ମାନିତ ଅତିଥିରୁପେ ଡିସିଏଫ ଦିଲ୍ଲୀପ କୁମାର ବାରିକ , ଅବୈତନିକ ବନ୍ୟାପ୍ରାଣୀ ତତ୍ଵବଧାରକ ରବୀନ୍ଦ୍ର ନାଥ ସାହୁ , ବ୍ରହ୍ମପୁର ସହକାରୀ ବନ ସରକ୍ଷକ ମାଣିକେଶ୍ବରୀ ହଂସଦା , ଛତ୍ରପୁର ସରସ୍ଵତୀ ବିଶ୍ୱବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ଦାସ , ସହକାରୀ ପ୍ରଫେସର ଡ. ରାକେଶ କୁମାର ମଞ୍ଚାସୀନ ଥିଲେ । ଗଞ୍ଜାମ ଇକୋ କ୍ଳବ ସମ୍ପାଦକ ଡ. ଶଙ୍କର ନାରାୟଣ ବେଜଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ପ୍ରାରମ୍ଭରେ ଏନସିସି ଏବଂ ସ୍କାଉଟ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବ୍ୟାନର ଧରି ସଚେତନାର ବାର୍ତା ଦେଇ ଏକ ସୋଭାଯାତ୍ରାରେ ବାହାରିଥିଲା । ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ ସହ ଛାତ୍ରଛାତ୍ରୀ ମାନେ ମିଶି ଟାମ୍ପରା ହ୍ରଦ ନିକଟରେ ଛାଡ଼ ରୋପଣ କର ଯାଇଥିଲା । ଏହି କାର୍ଯ୍ୟକ୍ରମ ସଫଳ ହବାରେ ଛତ୍ରପୁର ଫରେଷ୍ଟର ଗିରୀଶ ଚନ୍ଦ୍ର ରଏ , ଛତ୍ରପୁର ବନରକ୍ଷୀ ତପନ କୁମାର ନନ୍ଦ , ଦିଗମ୍ବର ହୋତା , ହରିଶ ପାତ୍ର , ନୀଳମାଧବ ଜେନା , ସୋମନାଥ ମଲ୍ଲିକ ବହୁତ ସାହାଯ୍ୟ କରିଥିଲେ । ଶେଷରେ ସହକାରୀ ବନ ସରକ୍ଷକ ମାଣିକେଶ୍ବରୀ ହଂସଦା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବାସହ କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।

nis-ad
Leave A Reply

Your email address will not be published.