ସମସ୍ୟାରେ ଜର୍ଜରିତ କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଝୁନମୁର ପଞ୍ଚାୟତ : ଗାଁକୁ ଯିବା ପାଇଁ ରାସ୍ତା ନାହିଁ, ପିଇବା ପାଇଁ ସ୍ୱଚ୍ଛ ପାଣି ନାହିଁ

କୁଆଁରମୁଣ୍ଡା : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଝୁନମୁର ପଞ୍ଚାୟତର ଖଡ଼ିଆ ବର୍ଟୋଲୀ ଗାଁରେ ଯିବା ପାଇଁ ରାସ୍ତା ନଥିବାରୁ ଏବଂ ପିଇବା ପାଇଁ ସ୍ୱଚ୍ଛ ପାଣିର ସୁବିଧା ନାହିଁ ଯାହା ଫଳରେ ମହିଳା ପୁରୁଷ ଓ ଛୋଟ ଛୋଟ ଛୁଆ ମାନେ ରୋଗୀ ହେଉଛନ୍ତି । ଆମ୍ବୁଲାନ୍ସ କୁ ଡାକିଲେ ଗାଁରେ ଆମ୍ବୁଲାନ୍ସ ପହୁଚି ପାରୁନାହିଁ ଯାହା ଫଳରେ ଲୋକଙ୍କୁ ଠିକ ସମୟରେ ଚିକିତ୍ସା ନମିଲିଥିବାରୁ ମୃତ୍ୟୁ ବରଣ କରୁଛନ୍ତି । ବର୍ଷା ସମୟରେ ରୋଗୀଙ୍କୁ ଚିକିତ୍ସା କରାଇବା ପାଇଁ ଖଟରେ ବୁହିକରି ଗୋଟିଏ କିଲୋମିଟର ଚାଲି ମେନ ରୋଡ ବାହାର କରି ଆମ୍ବୁଲାନ୍ସରେ ହସ୍ପିଟାଲ କୁ ନିଅନ୍ତି ।

ଠିକ ସମୟରେ ହସ୍ପିଟାଲ କୁ ନନେଲେ ଲୋକଙ୍କ ରାସ୍ତାରେ ଜୀବନ ମଧ୍ୟ ଯାଇଥାଏ । ବର୍ଷା ସମୟରେ ରାସ୍ତାଟି କାଦୁଅରେ ପାଲଟି ଥାଏ । ରାସ୍ତାରେ ଗୋଟିଏ ଝରଣା ମଧ୍ୟ ରହିଛି ଏହି ଝରଣାରେ ବର୍ଷା ସମୟରେ ପ୍ରବଳ ବର୍ଷା ପାଣି ଆସିଥାଏ ଯାହା ଦ୍ଵାରା ଛୁଆଙ୍କ ସ୍କୁଲ ଯିବା ଆସିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ! ଏହି ଖଡିଆ ବର୍ଟୋଲି ଗ୍ରାମରେ ପିଇବା ପାଇଁ ସ୍ୱଚ୍ଛ ପାଣିର ସୁବିଧା ନାହିଁ । ଲୋକମାନେ ଗୋଟିଏ ପୁରୁଣା କୂଅରୁ ଅଲିୟା ଦୂଷିତ ପାଣିକୁ ନେଇ ପିଇବା ପାଇଁ ବ୍ୟବହାର କରନ୍ତି କୂଅରେ ଚାନ୍ଦିନୀ ନଥିବାରୁ ବର୍ଷା ସମୟରେ ଜମିର ପାଣି ସେହି କୂଅରେ ପଡ଼ି ଦୂଷିତ ହେଉଛି । ଗୋଟିଏ ନଳକୂପ ଅଛି କିନ୍ତୁ ନାଲି ରଙ୍ଗର ପାଣି ବାହାରେ । ଯାହା ଫଳରେ ମହିଳା, ପୁରୁଷ ଓ ଛୋଟ ଛୋଟ ଶିଶୁ ଛୁଆ ମାନେ ରୋଗୀ ହେଉଛନ୍ତି । ଗ୍ରାମବାସୀ ମାନେ ବାରମ୍ବାର ଝୁନୁମୁର ସରପଞ୍ଚ, ସମିତି ଯିଏ କୁଆଁରମୁଣ୍ଡା ବ୍ଲକର ଚେରମେନ କାର୍ଯ୍ୟକରୁଛନ୍ତି, କୁଆଁରମୁଣ୍ଡା ବ୍ଲକ ଉନ୍ନୟନ ଅଧିକାରୀ ବିଡ଼ିଓ ଓ ନେତା ମାନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହିବି ଧୀୟାନ ଦେଉନାହାନ୍ତି ! ଯାହାଫଳରେ ଏହି ଗ୍ରାମରେ ଥିବା ୬୦ ରୁ ୭୦ ପରିବାର ଦୁଃଖରେ ଜୀବନ ଯାପନ କରୁଛି ! ଯଦି ଏହି ଗ୍ରାମରେ ଅଘଟଣା ଘଟିଥାଏ ହେଲେ ଦାଇ ଓଡ଼ିଶା ସରକାର ରହିବେ ବୋଲି ଗ୍ରାମବାସୀ କହିଛନ୍ତି । ଓଡ଼ିଶା ସରକାର ରାସ୍ତା ଓ ପିଇବା ପାଣିକୁ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ଏହି ଗ୍ରାମପାଇ କିଛି ନାହିଁ ! ତେବେ ଦେଖିବାକୁ ବାକି ରହିଲା ସରକାର କେବେ ରାସ୍ତା ଓ ପିଇବା ପାଣିର ସୁବିଧା କରିବେ ।

nis-ad
Leave A Reply

Your email address will not be published.