ଛତ୍ରପୁର : ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଛତ୍ରପୁର ନିକଟବର୍ତ୍ତୀ ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ଗ୍ରାମ ପଞ୍ଚାୟତର ପାଠାଗାର ଠାରେ ମା’ ରାମଚଣ୍ଡୀ ଟ୍ରଷ୍ଟ ଓ ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ହସ୍ପିଟାଲ ଓ ମେଡିକାଲ କଲେଜର ମିଳିତ ଆନୁକୂଲ୍ୟରେ ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟ ସଚେତନତା ଶିବିର ଆୟୋଜନ ତଥା ଔଷଧ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିର ସକାଳ ୭ଘଟିକାରୁ ଆରମ୍ଭ ହୋଇ ଦିବା ୧୧ଘଟିକା ପର୍ଯ୍ୟନ୍ତ ତଥା ଅପରାହ୍ନ ୪ଟା ରେ ଆରମ୍ଭ ହୋଇ ରାତି ୮ଟା ପର୍ଯ୍ୟନ୍ତ ସମାହିତ ହୋଇଯାଇଛି । ଏଥିରେ ୧୦ଜଣ ବିଶେଷଜ୍ଞ ଡାକ୍ତର ଯୋଗଦେଇ ଏହି ସ୍ଵାସ୍ଥ୍ୟ କ୍ୟାମ୍ପ କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ l
ଏହି ସ୍ୱାସ୍ଥ୍ୟ ସେବା ଶିବିରକୁ ମନ୍ଦିର ଟ୍ରଷ୍ଟି ଶ୍ରୀ ଟୁଲୁ ପଣ୍ଡା, ପରିଚାଳନା କମିଟି ର ସମ୍ପାଦକ ଶ୍ରୀ ରବୀନ୍ଦ୍ର କୁମାର ପଣ୍ଡା, ପୂଜା କମିଟିର ଉପଦେଷ୍ଟା ତଥା ଛତ୍ରପୁର ଏସ.ଡ଼ି.ଜେ.ଏମ. କୋର୍ଟର କ୍ୟାଡ଼ର ଏପିପି ଶ୍ରୀ ରାଜେଶ କୁମାର ମିଶ୍ର ଓ ଶ୍ରୀ ତ୍ରିପତି ବାଲାଜୀ ମିଶ୍ର ଓ ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ, ପୂଜା କମିଟୀ ସଭାପତି ଅଜୟ ନାୟକ,କାର୍ଯ୍ୟକାରୀ ସଭାପତି ଦିବାକର ନାୟକ, ଲସିତ ବରଣ ବେହେରା (ଓକିଲ), ସୁଧୀର ମହାରଣା, ରାଜେଶ କୁମାର ନନ୍ଦ, ମନୋଜ ମିଶ୍ର, ଦଣ୍ଡପାଣି ମହାରଣା, ତ୍ରିଲୋଚନ ରାଉଳ, ସମାଜସେବୀ ଦିନେଶ ମହାନ୍ତି, ଟୁଟୁ ନାୟକ ଓ ଦୀପକ ବେହେରା ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗର ହାଥ ବଢାଇଥିଲେ l ସୂଚନାଯୋଗ୍ୟ ଯେ, ଆଜିର ଏହି ସ୍ୱାସ୍ଥ୍ୟ ସେବା ଶିବିରରେ କରପଡ଼ା ପଞ୍ଚାୟତର ଶତାଧିକ ଵ୍ୟକ୍ତି ବିଶେଷଙ୍କୁ ଔଷଧ ତଥା ଚିକିତ୍ସା ଯୋଗାଇ ଦିଆଯାଇଥିବାରୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ମା’ ରାମଚଣ୍ଡୀ ମନ୍ଦିର ତରଫରୁ କରାଯାଇଥିବା ଏହି ପ୍ରୟାସକୁ ପ୍ରସଂଶା କରିଥିଲେ। ମନ୍ଦିର କମିଟି ର ସଂଯୋଜକ କମଲ କୁମାର ପଣ୍ଡା ଏହି ବିବରଣୀ ଦେଇଥିଲେ ।।
Sign in
Sign in
Recover your password.
A password will be e-mailed to you.