ଟାଟୁ ଦୋକାନ ଭିତରେ ଯୁବକଙ୍କୁ ହତ୍ୟା ଘଟଣାରେ ୫ଗିରଫ…

ବ୍ରହ୍ମପୁର : ଗତ ମଙ୍ଗବାର ଗୋଷାଣୀନୂଆଗାଁ ଥାନା ଅର୍ନ୍ତଗତ ହାଉସିଂବୋର୍ଡ ନିକଟରେ ଥିବା ଏକ ଟାଟୁ ଦୋକାନ ଭିତରେ ଜଣେ ଯୁବକଙ୍କୁ ବିଭତ୍ସ ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ।ବିଭିନ୍ନପ୍ରକାର ମାରଣାସ୍ତ୍ର ରେ ଟାଟୁ ଦୋକାନ ଭିତରେ ଆକ୍ରମଣ କରିଥିଲେ। ହତ୍ୟାର ଶିକାର ହୋଇଥିବା ଯୁବକ ଜଣଙ୍କ ହେଲେ ଖଲାସି ସାହିର ଟୁନା ଦାସ । ଟୁନା ଜଣେ ଦୁର୍ଦାନ୍ତ ଅପରାଧୀ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଏହି ଘଟଣାର ପୁଲିସ ତଦନ୍ତ କରି ପାଞ୍ଚ ଜଣ ଅଭିଯୁକ୍ତ କୁ ଗିରଫ କରିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଲେପ୍ରୋସି କଲୋନୀ ଆର. ମୋହନ ରାଓ ,ଲୋଚାପଦା ମିଲ୍ ସାହି ର ପାପୁନ କୁମାର ନାୟକ , ଲକ୍ଷ୍ମୀ ନୃସିଂହ ସାହି ଷଷ୍ଠ ଲାଇନ୍ ବଂଶୀଧର ସାହୁ ଓରଫ ବିକି , ମୋହନ ଙ୍କ ଭାଇ ଆର.ରବି ରାଓ , ହାଉସିଂ ବୋର୍ଡ ସୁରଜ୍ କୁମାର, କୁ ପୁଲିସ ଗିରଫ କରିଥିବା ନେଇ ଏସପି ଡାକ୍ତର ସାର୍ଥକ ଷଡଙ୍ଗୀ କହିଛନ୍ତି। ଟୁନାଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ୧୭ରୁ ଉର୍ଦ୍ଧ୍ବ ମାମଲା ରହିଛି।କିଛି ଦିନ ହେଲା ମୋହନ ରାଓ ଏବଂ ଟୁନା ଙ୍କ ମଧ୍ୟରେ କୌଣସି କାରଣ କୁ କେନ୍ଦ୍ର କରି ଝଗଡା ହୋଇଥିଲା।ମୋହନ କୁ ହତ୍ୟା ଧମକ ମଧ୍ୟ ଦେଇଥିଲା ଟୁନା। ଅତି ନିକଟ ଭବିଷ୍ୟତରେ ସେ ମୋହନ କୁ ଜୀବନରେ ମାରି ଦେବ ବୋଲି ମୋହନ ଙ୍କ ମାଁ କୁ ଧମକ ଦେଇଥିଲା।ଯାହାକୁ ନେଇ ମୋହନ ଏବଂ ତାର ଅନ୍ୟ ସହଯୋଗୀ ମାନେ ହତ୍ୟା କରିବା ନେଇ ଯୋଜନା କରିଥିଲେ।।
ଗତ ୨୮ ତାରିଖ ରେ ଗୋଷାଣୀନୂଆଗାଁ ଥାନା ଅଂଚଳରେ ଏକ ଟାଟୁ ଦୋକାନରେ ଟୁନା ବାଡିଥିବା ବେଳେ ସନ୍ଧ୍ୟା ସାଢେ ୮ ଟା ସମୟରେ ଟୁନା ଦୋକାନ ଭିତରେ ପଶି ମୋହନ ଓ ତାଙ୍କ ସହଯୋଗୀ ଖଣ୍ଡାରେ ଟୁନକୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଟୁନା ଗୁରୁତର ହୋଇ ତଳେ ପଡିଯାଇଥିଲେ ତାଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଦୋକାନ ଭିତରଟି ପୁରା ରକ୍ତରେ ଭିଜି ଯାଇଥିଲା ା ସେହିପରି ଆକ୍ରମଣ ଯୋଗୁ ଦୋକାନର ସାମଗ୍ରୀ ମଧ୍ୟ ଭାଙ୍ଗିରୁଜି ଯାଇଥିଲା ।ଏହାପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଗୁରୁତର ଟୁନାଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତରମାନେ ତାକୁ ମୃତ ଘୋଷଣା କରିଥିଲେ ।ପରେ ପୁଲିସ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏହି ଘଟଣା ପରେ ମୃତ ଟୁନା ଙ୍କ ଭାଈ ମୁନା ଦାସ ଗୋଷାଣୀ ନୂଆଗାଁ ଥାନାରେ ଅଭିଯୁକ୍ତଙ୍କ ନାମରେ ଏତଲା ଦେଇଥିଲେ । ପୁଲିସ ଏହାର ତଦନ୍ତ କରି ପାଞ୍ଚଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।ସେମାନଙ୍କ ଠାରୁ ହତ୍ୟାକାଣ୍ଡ ରେ ବ୍ୟବହୃତ ତିନୋଟି ଖଣ୍ଡା, ଚାରୋଟି ମୋବାଇଲ ଫୋନ୍, ଗୋଟିଏ ସୁଜୁକି ସ୍କୁଟର,ରକ୍ତ ଭିଜା କପଡା ଜବତ କରିଥିବା ଡ଼ିଆଇଜି ତଥା ବ୍ରହ୍ମପୁର ଭାରପ୍ରାପ୍ତ ଏସପି ଡା. ସାର୍ଥକ ଷଡଙ୍ଗୀ କହିଛନ୍ତି।

nis-ad
Leave A Reply

Your email address will not be published.