ଅଜଣା ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା ଅଣ୍ଡାଳି ଜମ୍ବାହାଲ ପଞ୍ଚାୟତ ଅନ୍ତର୍ଗତ ମିଠେଇ ଟୁଙ୍ଗରି ଚାଷ ଜମିରେ ଜଣେ ବୃଦ୍ଧ ଲୋକଙ୍କ ମୃତଦେହ ପଡ଼ିଥିଲା | ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ବୃଦ୍ଧ ତିନି ଚାରି ଦିନ ପୂର୍ବେ ଜମ୍ବାହଲ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ | ଦୁଇ ଦିନ ପୂର୍ବେ ସେଠାରୁ ସେ କିଛି ନକହି ପଳାଇ ଯାଇଥିଲେ | ଆଜି ଲୋକେ ଚାଷ ଜମିରେ ଜଣେ ଅଜଣା ବୃଦ୍ଧ ଲୋକର ମୃତ୍ୟୁ ଘଟିଥିବା ଦେଖିବାକୁ ପାଇଥିଲେ | ଏହା ଦେଖି ଅଣ୍ଡାଳି ପଞ୍ଚାୟତର ସରପଞ୍ଚ ଲୋକଙ୍କ ସାଙ୍ଗରେ ଘଟଣା ସ୍ଥଳକୁ ଯାଇ ଦେଖି ରାଏବଗା ପୋଲିସକୁ ସୂଚନା ଦେଇଥିଲେ ! ରାଏବଗା ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ପତି ନିଜର ସହକର୍ମୀଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଅନୁସନ୍ଧାନ ନ ହେଇଥିବାରୁ ମହାପ୍ରୟାଣ ଗାଡ଼ି ଡକାଇ ଶବକୁ ରାଉଲକେଲା ସରକାରୀ ଡାକ୍ତରଖାନାର ମରଚୁରି ହାଉସରେ ୭୨ ଘଣ୍ଟା ରଖିବା ପାଇଁ ପଠାଇଛନ୍ତି ! ଏକ ଅପମୃତ୍ୟୁ ମାମଲା ରୁଜୁ କରି ରାଏବଗା ପୋଲିସ ତଦନ୍ତ ଆରମ୍ଭ କରିଛି !

nis-ad
Leave A Reply

Your email address will not be published.