ଲାଲବାହିନୀର ବର୍ବର କାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ନିର୍ମମ ହତ୍ୟା

ଫୁଲବାଣୀ //ବାଲିଗୁଡା : କିଛି ଦିନର ନିରବତା ପରେ ଲାଲବାହିନୀ କନ୍ଧମାଳ ଜିଲ୍ଲାରେ ରକ୍ତମୁଖା ହୋଇଉଠିଛି । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ମାଓବାଦୀ ନିର୍ମମ ଭାବେ ହତ୍ୟା କରିଛନ୍ତି । ସିପିଆଇ ମାଓବାଦୀ ବାଘୁନା ଡିଭିଜିନାଲ କମିଟି ଯୁବକକୁ ହତ୍ୟା କରିଥିବା ମାଓବାଦୀ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି । ଘର ଠାରୁ କିଛି ଦୂରରେ ଯୁବକକୁ ହତ୍ୟା କରିବା ପରେ ଧମକପୂର୍ଣ୍ଣ ମାଓ ପୋଷ୍ଟର ଛାଡି ଚାଲି ଯାଇଛନ୍ତି । ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ କୋଟଗଡ ଥାନା ଦୁର୍ଗାପାଙ୍ଗା ପଂଚାୟତର ବାଡ଼ିପଙ୍ଗା ଗାଁର ମେଟଲା ରଇତ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ବାଡ଼ିପଙ୍ଗା ଗାଁର ମେଟଲା ରଇତକୁ ମାଇବାଦୀ ପୋଲିସ ଇନଫର୍ମର ସନ୍ଦେହରେ ଗତ ଶନିବାର ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀ ତାଙ୍କୁ ଘରୁ ଡାକି ନେଇଥିଲେ । ଆଉ ପରେ ତାଙ୍କର କୌଣସି ପତ୍ତା ମିଳିନଥିଲା । ହେଲେ ସୋମବାର ଗାଁ ନିକଟରେ ତାଙ୍କର ମୃତ ଦେହ ପଡିଥିବା ସହ ଧମକପୂର୍ଣ୍ଣ ମାଓ ପୋଷ୍ଟର ପଡିଥିଲା। ଏମିତି କି ମେଟଲାର ମୃତ୍ୟୁ ପାଇଁ ନବୀନ ଓ ମୋଦି ସରକାର ଦାୟୀ ବୋଲି ଲେଖାଥିବା ପୋଷ୍ଟରରେ ଲେଖାଯାଇଛି । ମେଟଲା ଭଳି ଯେଉଁ ମାନେ ଦଲାଲ କାମ କରୁଛନ୍ତି, ସେମାନେ ନିଜର ଭୁଲକୁ ମାନି ପାର୍ଟି ପାଖରେ କ୍ଷମା ମାଗନ୍ତୁ ନଚେତ ଏରିଆ ଛାଡି ଚାଲି ଯାଆନ୍ତୁ, ନଚେତ ମେଟଲା ଭଳି ଦଣ୍ଡ ଦିଆଯିବ ବୋଲି ପୋଷ୍ଟର ରେ ଉଲ୍ଲେଖ ରହିଛି । ମାଓବାଦୀ ନୃଶଂସ ଭାବେ ମେଟଲାକୁ ହତ୍ୟା କରିବା ପରେ ପରିବାର ସମେତ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି । କୋଟଗଡ ପୋଲିସ ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି l

nis-ad
Leave A Reply

Your email address will not be published.